Home ଜିଲ୍ଲା ପରିକ୍ରମା ଜଳିଗଲା ଫ୍ଲିପ୍‌କାର୍ଡ ସାମଗ୍ରୀ ବୋଝେଇ କଣ୍ଟେନର, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ଜଳିଗଲା ଫ୍ଲିପ୍‌କାର୍ଡ ସାମଗ୍ରୀ ବୋଝେଇ କଣ୍ଟେନର, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

51

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ୧୬ ନଂ ଜାତୀୟ ରାଜପଥର ଡାହାଣୀଗଡିଆ ଠାରେ ଏକ ଫ୍ଲିପ୍‌କାର୍ଡ ସାମଗ୍ରୀ ବୋଝେଇ ହୋଇଥିବା ଏକ କଣ୍ଟେନର ଜଳିଯାଇଛି । ଏହି କଣ୍ଟେନରଟି ମୁମ୍ବାଇରୁ କୋଲକାତା ଯାଉଥିଲା । ଗାଡିଟି ଡାହାଣୀଗଡିଆ ଛକ ନିକଟରେ ଏକ ବୋଲେରୋକୁ ଧକ୍କାଦେଇ ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରେ ନିଆଁ ଲାଗିଯାଇଥିଲା । ଏହି ଖବର ପାଇ ଭଦ୍ରକ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲେ । ତେବେ କଣ୍ଟେନର ଚାଳକ ଉକ୍ତ ଅଗ୍ନିକାଣ୍ଡରୁ ଅଳ୍ପକେ ରକ୍ଷା ପାଇ ଆହତ ଅବସ୍ଥାରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଏବଂ ବୋଲେରୋରେ ଥିବା ୩ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇ ଚିକିତ୍ସିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.