Home ଓଡ଼ିଶା ଛୋଟ ଦୋକାନୀ-ବ୍ୟାପାରୀମାନଙ୍କୁ ମୋଦୀ ସରକାର ପ୍ରଥମ କ୍ୟାବିନେଟ ବୈଠକରେ ଦେଲେ ଏହି ଭେଟି

ଛୋଟ ଦୋକାନୀ-ବ୍ୟାପାରୀମାନଙ୍କୁ ମୋଦୀ ସରକାର ପ୍ରଥମ କ୍ୟାବିନେଟ ବୈଠକରେ ଦେଲେ ଏହି ଭେଟି

2002

ନୂଆଦିଲ୍ଲୀ ୩୧-୫ (ଓଡ଼ିଆ ପୁଅ): ମୋଦୀ ସରକାର ପ୍ରଥମ କ୍ୟାବିନେଟ ବୈଠକରେ ଦେଶର ଛୋଟ ଦୋକାନୀ ଏବଂ ବ୍ୟାପାରୀମାନଙ୍କୁ ଭେଟି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ନିର୍ବାଚନ ପ୍ରଚାର ସମୟରେ ପ୍ରତିଶୃତି ଦେଇଥିଲେ କି ଯଦି ତାଙ୍କର ସରକାର ଆସିବ ତେବେ ଛୋଟ ଦୋକାନୀ ଏବଂ ବ୍ୟାପାରୀମାନଙ୍କ ପାଇଁ ପେନସନ ସ୍କିମ ଲାଗୁ ହେବ।

ପ୍ରଧାନମନ୍ତ୍ରୀ ମୋଦୀ ଏକ ଟ୍ଵୀଟ ଜରିଆରେ ଏହି ସୂଚନା ଦେଇ କହିଥିଲେ କି ଏହି ସ୍କିମ ଲଞ୍ଚ କରାଯାଇଛି। ଏହି ସ୍କିମରେ ଏପରି କାରୋବାରୀମାନଙ୍କୁ ସାମିଲ କରାଯିବ ଯେଉଁମାନଙ୍କର ଟର୍ନଓଭର ଦେଢ଼ କୋଟି ଟଙ୍କାରୁ କମ ଅଟେ। ଏହି ଯୋଜନାରେ ପ୍ରାୟତଃ ୩ କୋଟି ଛୋଟ ଦୋକାନୀ ଏବଂ ବ୍ୟାପାରୀମାନଙ୍କୁ ଲାଭ ମିଳିବ।

ମୋଦୀ କ୍ୟାବିନେଟର ଅନ୍ୟ ବଡ଼ ନିଷ୍ପତି

କେନ୍ଦ୍ରର ମୋଦୀ ସରକାର ନିଜର ପ୍ରଥମ କ୍ୟାବିନେଟ ବୈଠକରେ ୩ଟି ବଡ଼ ନିଷ୍ପତି ନେଇଛନ୍ତି। ତା’ ଅନୁଯାୟୀ ଏବେ ଦେଶର ସମସ୍ତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ଯୋଜନାର ଲାଭ ମିଳିବ। ଏହି ଯାଜନା ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ୧୨ କୋଟି ଚାଷୀଙ୍କୁ ବର୍ଷକୁ ୬ ହଜାର ଟଙ୍କା ଦିଆଯାଉଥିଲା। କିନ୍ତୁ ଏବେ ଦେଶର ୧୪.୫ କୋଟି ଚାଷୀଙ୍କୁ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ଯୋଜନାର ଲାଭ ମିଳିବ। କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ପ୍ରେସ କ୉ନ୍ଫ୍ରେଂ ସରେ କହିଛନ୍ତି, “ପ୍ରଧାନମନ୍ତ୍ରୀ ଚାଷୀଙ୍କ ବିଷୟରେ ବହୁତ ଧ୍ୟାନ ଦେଉଛନ୍ତି। ଏଥିପାଇଁ ସେ ଏହି ନିଷ୍ପତି ନେଇଛନ୍ତି। ଆମେ ସ୍ଥିର କରିଥିଲୁ କି ଚାଷୀଙ୍କର ଆମଦନୀ ଦୁଇଗୁଣା କରିବୁ। ପୂର୍ବରୁ ୨ କୋଟି କୃଷକ ଅପରି ଥିଲେ, ଯେଉଁମାନେ ଏହି ଯୋଜନାରୁ ବାଦ ପଡ଼ିଥିଲେ।”

ଚାଷୀମାନଙ୍କୁ ପେନସନ ମିଳିବ

ମୋଦୀ ସରକାର ନିର୍ବାଚନ ପୂର୍ବରୁ ଘୋଷଣା କରିଥିଲେ କି ଯଦି ବିଜେପି ସରକାର ଆସିବ ତେବେ ଚାଷୀଙ୍କୁ ପେନସନ ମିଳିବ। ସରକାରଙ୍କର ଘୋଷଣା, ଦେଶର ପ୍ରାୟତଃ ୫ କୋଟି ଛୋଟ ଚାଷୀଙ୍କୁ ପେନସନ ଦିଆଯିବ। ସରକାରଙ୍କର ଏହି ଯୋଜନାରେ ୧୮ ରୁ ୪୦ ବର୍ଷ କୃଷକ ସାମିଲ ହୋଇପାରିବେ। ୬୦ ବର୍ଷର ହେବା ପରେ କୃଷକଙ୍କୁ ୩୦୦୦ ଟଙ୍କା ପେନସନ ମିଳିବ। ଏଥିରେ କୃଷକଙ୍କୁ ଅଂଶଦାନ କରିବାକୁ ପଡ଼ିବ।

ଯଦି କୃଷକ ପ୍ରତ୍ୟେକ ମାସରେ ୧୦୦ ଟଙ୍କା ଜମା କରିଥାନ୍ତି ତେବେ ସରକାର ପ୍ରତ୍ୟେକ ମାସରେ ୧୦୦ ଟଙ୍କା ଜମା କରିବେ। ଏହିପରି ଭାବରେ ୬୦ ବର୍ଷ ବୟସ ପରେ ତାଙ୍କୁ ୩୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ ମିଳିବ।

ପଶୁମାନଙ୍କୁ ଟୀକା ଲଗାଯିବ

ପ୍ରକାଶ ଜାବଡ଼େକର କହିଛନ୍ତି, କେନ୍ଦ୍ରୀୟ କ୍ୟାବିନେଟ, ପଶୁମାନଙ୍କୁ ହେଉଥିବା ଗୋଡ଼ ଏବଂ ମୁଁହର ରୋଗକୁ ରୋକିବା ପାଇଁ ସରକାର ଟୀକା ଲଗାଇବେ। ଫୁଟ ଆଣ୍ଡ ମାଉଥ ଡିଜିଜ୍ (FMD) ଗାଈ, ବଳଦ, ମଇଁଷି, ମେଣ୍ଢା, ଛେଳି ଏବଂ ଘୁଷୁରୀ ମାନଙ୍କ ମଧ୍ୟରେ ଦେଖାଯାଇଥାଏ। କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ପଶୁମାନଙ୍କର ଏହି ରୋଗର ନିରାକରଣ ପାଇଁ ୧୩,୩୪୩ କୋଟି ଟଙ୍କାର କାର୍ଯ୍ୟକ୍ରମକୁ ମଞ୍ଜୁରୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.