Home ଓଡ଼ିଶା ଅବିଭକ୍ତ କୋରାପୁଟ ଜିଲ୍ଲାର ଚର୍ଚ୍ଚିତନାମ ସମରା ଚାକିରୀରୁ ଅବସର ନେଲେ ;କୋରାପୁଟ ଡାକ୍ତରଖାନାରେ କିଏ ମୃତଦେହ...

ଅବିଭକ୍ତ କୋରାପୁଟ ଜିଲ୍ଲାର ଚର୍ଚ୍ଚିତନାମ ସମରା ଚାକିରୀରୁ ଅବସର ନେଲେ ;କୋରାପୁଟ ଡାକ୍ତରଖାନାରେ କିଏ ମୃତଦେହ କାଟିବ ତାକୁ ନେଇ ସନ୍ଦେହ !

351

କୋରାପୁଟ ୩୧-୦୫ (ଓଡିଆ ପୁଅ /ରଂଜନ କୁମାର ଦାସ)ଅବିଭକ୍ତ କୋରାପୁଟ ଜିଲ୍ଲାର ଚର୍ଚ୍ଚିତ ନାମ ସମରା ଚାକିରୀରୁ ଆଜି ଅବସର ନେଇଛନ୍ତି।କୋରାପୁଟ ସଦର ମହକୁମା ଡାକ୍ତରଖାନା ଥିବା ବେଳେ ସମରା ପାଙ୍ଗୀ ଶବ ବ୍ୟବଛେଦ ଗୃହରେ ଝାଡୁଦାର ଭାବରେ କାର୍ଯ୍ୟ କରୁଥିଲେ।କୋରାପୁଟ ସଦର ଡାକ୍ତରଖାନା ଉନ୍ନତ ହୋଇ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ପରିଣତ ହେବା ପରେ ମଧ୍ୟ ସେ ଏଠାରେ ରହି କାର୍ଯ୍ୟ କରୁଥିଲେ।ସେ ଆଜି ଚାକିରୀରୁ ଅବସର ନେଇଥିବାରୁ କୋରାପୁଟ ଡାକ୍ତରଖାନାରେ କିଏ ମୃତଦେହ କାଟିବ ତାକୁ ସନ୍ଦେହ ପ୍ରକାଶ ପାଇଛି।କାରଣ କଲେଜ କର୍ତ୍ତୃପକ୍ଷ ଏ ପର୍ଯ୍ୟନ୍ତ ପଦବୀ ନିଯୁକ୍ତ କରି ନାହାନ୍ତି। ଏଫଏମଟି ବିଭାଗର ମୁଖ୍ୟଙ୍କ ସହ ଆଲୋଚନା କରିବା ପରେ ଝାଡୁଦାର ନିଯୁକ୍ତ ହେବା ପର୍ଯ୍ୟନ୍ତ ସମରାଙ୍କୁ ରଖାଯିବ ବୋଲି ହସପିଟାଲ ଅଧିକ୍ଷକ ଡାକ୍ତର ହରେକୃଷ୍ଣ ଦଳେଇ ସୂଚନା ଦେଇଛନ୍ତି।

ମୁଁ ପ୍ରାୟ ୩୦ ବର୍ଷ ଚାକିରୀ କଲି ସେଥି ମଧ୍ୟରୁ ଶବ ବ୍ୟବଛେଦ କାର୍ଯ୍ୟ ୨୦ ବର୍ଷ କରିଥିଲି ବୋଲି ସମରା ଆମ୍ଭ ଜିଲ୍ଲା ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ ପ୍ରକାଶ କରିଥିଲେ।ସେତେବେଳର ହସପିଟାଲର ଜୟକୃଷ୍ଣ ମିଶ୍ର ଆମ୍ଭମାନଙ୍କୁ ଶବ ବ୍ୟବଛେଦ କିପରି କରାଯିବ ତାହା ଉପରେ ତାଲିମ ଦେଇଥିଲେ।ଅନେକ କର୍ମଚାରୀ ମଦ ପିଇ ମୃତ୍ୟୁବରଣ କରିବା ପରେ ମୁଁ ଜଣେ ମାତ୍ର ରହିଯାଇଥିଲି।ପ୍ରଥମେ ମୁଁ ମଦ ପିଇ କାମ କରୁଥିଲି କିନ୍ତୁ ସେତେବେଳର ସିଡିଏମଓ ସ୍ୱର୍ଗତ ମୃତଞ୍ଜୟ ଦାସଙ୍କ ତାଗିତ ପରେ ମୁଁ ସଂପୂର୍ଣ୍ଣ ଭାବେ ମଦ ବନ୍ଦ କରିଦେଇଥିଲି। ଡାକ୍ତର ଆସିବାପରେ ଦେହର ମାପ କରାଯାଇ କେତେ କ୍ଷତ ଚିହ୍ନ ତାହା ନିରୂପଣ କରାଯାଇଥାଏ ବୋଲି ସେ ସୂଚନା ଦେଇଥିଲେ।ପ୍ରଥମେ ଶବ କାଟିବା ବେଳେ ଭୟ ଲାଗୁଥିଲା କିନ୍ତୁ ଅଭ୍ୟାସ ହେବାପରେ ତାହା ଦୂର ହୋଇଯାଇଛି, ସେ ପ୍ରକାଶ କରିଥିଲେ।କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ପରେ ମୁଷାପୁଟ ଗ୍ରାମରେ ନାବାଳିକାର ଶବ ବ୍ୟବଛେଦ ନିମନ୍ତେ ଡାକ୍ତର ପି .କେ.ପଣ୍ଡା, ଡାକ୍ତର ଅଜିତ ପ୍ରଧାନ ଓ ସମରା ଯାଇଥିଲେ କିନ୍ତୁ ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ଶବକୁ ଛୁଇଁବାକୁ ଦେଇ ନ ଥିବାରୁ ଶବ ବ୍ୟବଛେଦ ହୋଇପାରି ନ ଥିଲା ବୋଲି ସେ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ। ୫ ଜଣ ମୃତ ନକ୍ସଲ ଅଳ୍ପଦିନ ତଳେ ବ୍ୟବଛେଦ ନିମନ୍ତେ ଅଣାଯାଇଥିଲା ମୁଁ ଜଣେ ମାତ୍ର କାର୍ଯ୍ୟ କରିଥିଲି ବୋଲି ସେ ପ୍ରକାଶ କରିଥିଲେ। ଅବସର ପରେ ନିଜ ଜମିରେ ଚାଷ କରିବି ବୋଲି ସେ ମତବ୍ୟକ୍ତ କରିଥିଲେ। ଯଦି କଲେଜ କର୍ତ୍ତୃପକ୍ଷ ଉଚିତ ପାରିଶ୍ରମିକ ଦେବେ ତେବେ କାମ କରିବି ବୋଲି ସେ ସୂଚନା ଦେଇଥିଲେ।

ରାତ୍ରୀ ୨ ଟା ହେଉ କିମ୍ବା ୩ ଟା ହେଉ ଯେତେବେଳେ ଯିଏ କେହି ସମରାକୁ ଫୋନ ଯୋଗେ ଡାକେ ସେ ତତକ୍ଷଣାତ ଆସି ଶବକୁ ମରଚରିରେ ରଖିଥାଏ ବୋଲି ସମାଜସେବୀ କାମାକ୍ଷା ପ୍ରସାଦ ମାଝି ପ୍ରକାଶ କରିଥିଲେ। ସମରା ଅବସର ନେବା ପରେ ଶବ ବ୍ୟବଛେଦ କାର୍ଯ୍ୟ ବନ୍ଦ ହୋଇଯାଇପାରେ ବୋଲି ସେ ସନ୍ଦେହ ପ୍ରକାଶ କରିଥିଲେ। ସେ ଯେଉଁ ସାହସର ସହିତ କାର୍ଯ୍ୟ କରୁଥିଲେ ତାହା ପ୍ରଶଂସା କରି ରହିହେବ ନାହିଁ। ତାଙ୍କର ଜୀବନ ମଙ୍ଗଳ ମୟ ହେଉ ତାହା ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ସେ ପ୍ରକାଶ କରିଥିଲେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.