Home ଓଡ଼ିଶା ଛାତ୍ରଙ୍କୁ ମାଡ଼ ମାରିବା ପଡିଲା ମହଙ୍ଗା

ଛାତ୍ରଙ୍କୁ ମାଡ଼ ମାରିବା ପଡିଲା ମହଙ୍ଗା

483

କେନ୍ଦ୍ରାପଡା,୧୦/୦୯,(ଓଡ଼ିଆ ପୁଅ ପି ନାଏକ): ରାମନଗର ଉତ୍ତରପଡା ପ୍ରାଥମିକ ବିଦ୍ୟାଳୟରେ ୩ୟ ଶ୍ରେଣୀ ଛାତ୍ରକୁ ମାଡ଼ ମରାଯିବା ଘଟଣା । ରାହୁଲ ବେହେରାଙ୍କୁ ମାଡମାରିବା ଘଟଣାରେ ଜିଲ୍ଲାପାଳଙ୍କ ନିଦେର୍ଶ କ୍ରମେ ବ୍ଲକ ଶିକ୍ଷାଧିକାରୀ ପ୍ରଧାନ ଶିକ୍ଷୟତ୍ରୀ ଗିତାଞ୍ଜଳି ମାଇତିଙ୍କୁ ନିଲମ୍ବନ କରିଛନ୍ତି । ଗତ ୧୭ ତାରିଖରେ ବିଦ୍ୟାଳୟରେ ପାଠ ପଢୁଥିବା ସମୟରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚୁଟିକଟାକୁ କେନ୍ଦ୍ର କରି ଝଗଡ଼ା ହୋଇଥିଲା । ଏନେଇ ରାଉଳ ବେହେରାଙ୍କୁ ପ୍ରଧାନ ଶିକ୍ଷୟତ୍ରୀ ଏକ ବାଡ଼ିରେ ଅତର୍କିତ ମାଡ଼ ମାରିଥିଲେ ।

ଏହା ପରେ ରାଉଳ ଓ ତାଙ୍କ ମା’ ମିନତୀ, ଜିଲ୍ଲାପାଳଙ୍କୁ ଭେଟି ଶନିବାର ସମସ୍ତ ଘଟଣା ସମ୍ପର୍କରେ ଜଣାଇବା ସହ ନ୍ୟାୟ ପାଇଁ ଗୁହାରି କରିଥିଲେ । ମିନତୀଙ୍କ ଅଭିଯୋଗ ପରେ ଜିଲ୍ଲାପାଳ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । କିନ୍ତୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ପ୍ରଧାନ ଶିକ୍ଷୟତ୍ରୀ ଖାତିର ନ କରି ନିଜ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଯାହାକୁ ନେଇ ଶିକ୍ଷୟିତ୍ରୀଙ୍କ ସମର୍ଥିତ ଅଭିଭାବକ ଓ ରାହୁଲଙ୍କ ସମର୍ଥକଙ୍କ ମଧ୍ୟରେ ବଚସା ହୋଇଛି । ଫଳରେ ବିଦ୍ୟାଳୟରେ ପାଠପଢା ଏକ ପ୍ରକାର ଠପ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.