Home ଓଡ଼ିଶା ସୋନିଆ – ସିନ୍ଧିଆ ବୈଠକ ବାତିଲ: ସୋନିଆଙ୍କୁ ସମୟ ମାଗି ନଥିଲି – ଜ୍ୟୋତିରାଦିତ୍ୟ ସିନ୍ଧିଆ

ସୋନିଆ – ସିନ୍ଧିଆ ବୈଠକ ବାତିଲ: ସୋନିଆଙ୍କୁ ସମୟ ମାଗି ନଥିଲି – ଜ୍ୟୋତିରାଦିତ୍ୟ ସିନ୍ଧିଆ

559

ନୂଆଦିଲ୍ଲୀ: ଆଗାମୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସର ଆନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ହେବାକୁ ଥିବା ବୈଠକ ବାତିଲ ହୋଇଯାଇଛି।ଜ୍ୟୋତିରାଦିତ୍ୟ ସିନ୍ଧିଆ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ସ୍କ୍ରିନିଂ କମିଟି ଚେୟାରମ୍ୟାନ ଦାୟିତ୍ୱରେ ଅଛନ୍ତି।ତେବେ, ସିନ୍ଧିଆ କହିଛନ୍ତି, “ମୁଁ ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ ପାଇଁ ସମୟ ମାଗିନଥିଲି।ଏ ଖବର ଭୁଲ।ମୁଁ କେବଳ ମହାରାଷ୍ଟ୍ର ନିର୍ବାଚନ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି”।ସୂଚନାଯୋଗ୍ୟ ଯେ ସୋନିଆ ଗାନ୍ଧୀ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ଦିଲ୍ଲୀରେ ବୈଠକ ହେବାର ଥିଲା।ମଧ୍ୟ ପ୍ରଦେଶର କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ପଦକୁ ନେଇ ଆଲୋଚନା ହେବାର ଥିଲା ବୋଲି କୁହାଯାଉଥିଲା।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.