Home ଓଡ଼ିଶା ଚାଇଲ୍ଡ ଲାଇନ୍ ଦ୍ୱାରା ଦୁଇଜଣ ଶିଶୁ ଶ୍ରମିକ ଉଦ୍ଧାର

ଚାଇଲ୍ଡ ଲାଇନ୍ ଦ୍ୱାରା ଦୁଇଜଣ ଶିଶୁ ଶ୍ରମିକ ଉଦ୍ଧାର

122

ବାଲିଗୁଡ଼ା, ୨୫/୬ (ଓଡ଼ିଆ ପୁଅ/ଏସ୍.କେ.ପ୍ରାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସଦର ଟାଉନ୍ରେ କଲେଜ ଛକ ନିକଟରେ ଥିବା ଏକ ଢାବା ହୋଟେଲ୍ରେ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବିଷୟ ଚାଇଲ୍ଡ ଲାଇନ୍ ବିଭାଗ ୧୦୯୮ ଦ୍ୱାରା ସୂଚନା ପାଇବା ପରେ ଜିଲ୍ଲା ଶ୍ରମ ବିଭାଗ ତଥା ସ୍ଥାନୀୟ ପୋଲିସ୍ ବିଭାଗର ମିଳିତ ଉଦ୍ୟମରେ ଉକ୍ତ ଢାବା ହୋଟେଲ୍ରେ ଅଚାନକ ଭାବେ ଚଢ଼ାଉ କରି କାର୍ଯ୍ୟ କରୁଥିବା ସମୟରେ ୧୫ ବର୍ଷର ଦୁଇଜଣ ନାବାଳକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ଉକ୍ତ ଦୁଇଜଣ ନାବାଳଙ୍କୁ ଉପଶ୍ରମ ଅଧିକାରିଣୀଙ୍କ ଜରିଆରେ ଉପସ୍ଥାପନ କରାଯାଇ ଅସ୍ଥାୟୀଭାବେ ଫୁଲବାଣୀ ସ୍ଥିତ ଶିଶୁ ଯତ୍ନ ଅନୁଷ୍ଠାନରେ ଥଇଥାନ କରାଯାଇଛି। ଏହି ଉଦ୍ଧାର କାର୍ଯ୍ୟରେ ଉପଶ୍ରମ ଅଧିକାରିଣୀ ସୁଶ୍ରୀ ଶୁଭଦର୍ଶିନୀ ନାୟକ, ଉନ୍ସପେକ୍ଟର କେଶବ ବେହେରା, ଚାଇଲ୍ଟ ଲାଇନ୍ ତରଫରୁ ଶିବ ଶଙ୍କର ବେହେରା ଏବଂ ବାଲିଗୁଡ଼ା ଥାନା କର୍ମଚାରୀମାନେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.