Home ଓଡ଼ିଶା ଚନ୍ଦ୍ର କକ୍ଷ ପଥରେ ସଫଳତାର ସହ ପ୍ରବେଶ କଲା ଚନ୍ଦ୍ରାଯାନ-୨

ଚନ୍ଦ୍ର କକ୍ଷ ପଥରେ ସଫଳତାର ସହ ପ୍ରବେଶ କଲା ଚନ୍ଦ୍ରାଯାନ-୨

506

ନୂଆଦିଲ୍ଲୀ,୨୮/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ):ଇତିହାସ ରଚିଲା ଇସ୍ରୋ । ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା । ଚନ୍ଦ୍ର କକ୍ଷ ପଥରେ ସଫଳତାର ସହ ପ୍ରବେଶ କଲା ଚନ୍ଦ୍ରାଯାନ-୨। ସକାଳ ୯ଟା ୨ ମିନିଟ୍‌ରେ ପ୍ରବେଶ କରିଥିବା ନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଇସ୍ରୋ ଅଧ୍ୟକ୍ଷ କେ. ଶିବନ କହିଛନ୍ତି, ସେକେଣ୍ଡ ପ୍ରତି ୧୦. ୯୮ କିଲୋମିଟର ବେଗରେ ଗତି କରୁଥିଲା ଚନ୍ଦ୍ରଯାନ-୨ । ଏବେ ଗତି କମାଯାଇ ୧.୯୮ କରାଯାଇଛି । ଚନ୍ଦ୍ରଯାନ-୨ର ଗତିକୁ ଆହୁରି କମାଇବାକୁ ପଡ଼ିବ । ଗତି କମ୍‌ ନକଲେ, ଚନ୍ଦ୍ରପୃଷ୍ଠରେ ମାଡ଼ ହେବାର ସମ୍ଭାବନା ଅଧିକ ରହିଛି । ଏହା ବୈଜ୍ଞାନିକଙ୍କ ପାଇଁ କଠିନ ସମୟ ବୋଲି କହିଛନ୍ତି ଇସ୍ରୋ ଅଧ୍ୟକ୍ଷ କେ. ଶିବନ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.