Home ଅନୁଗୁଳ ଘରୋଇ ସୁରକ୍ଷା ସଂସ୍ଥାର କର୍ମଚାରୀମାନଙ୍କ ସମସ୍ୟା ନେଇ ବୈଠକ

ଘରୋଇ ସୁରକ୍ଷା ସଂସ୍ଥାର କର୍ମଚାରୀମାନଙ୍କ ସମସ୍ୟା ନେଇ ବୈଠକ

28

ତାଳଚେର, ୭/୮ (ଓଡ଼ିଆ ପୁଅ) : ତାଳଚେରସ୍ଥିତ ଲିଙ୍ଗରାଜ ଟାଉନସିପ୍ ଠାରେ ଆଜି ଏମସିଏଲ ଲିଙ୍ଗରାଜ ଓସିପି ଓ ଲିଙ୍ଗରାଜ କୋଇଲାକ୍ଷେତ୍ରରେ ନିୟୋଜିତ ଘରୋଇ ସୁରକ୍ଷା ସଂସ୍ଥାର କର୍ମଚାରୀମାନେ ସମ୍ମୁଖୀନ ହେଉଥିବା ପ୍ରମୁଖ ୧୨ଟି ସମସ୍ୟା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ସମେତ ୧୮ନଂ ଜିଲ୍ଲା ପରିଷଦ ସଦସ୍ୟ ଅମିୟ ପ୍ରଧାନ, ୧୯ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ବଭ୍ରୁ ପ୍ରସାଦ ପତି, ବିଜୁ ଜନତା ଦଳର ସଭାପତି ସନ୍ତୋଷ କୁମାର ପ୍ରଧାନ, ସମସ୍ତ କ୍ଷେତ୍ରରୁ ନେତୃତ୍ୱ ନେଉଥିବା ସୁରକ୍ଷା ସଂସ୍ଥାର କର୍ମକର୍ତାଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସୁରକ୍ଷା କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ଶୀଘ୍ର ସମସ୍ତ ସମସ୍ୟାର ସମାଧାନ କରିବାକୁ ପ୍ରୟାସ କରିବା ନିମନ୍ତେ ବିଧାୟକଙ୍କ ସମେତ ନିର୍ବାଚିତ ପ୍ରତିନିଧିମାନେ ପ୍ରତିଶ୍ରୁତି ଦେଇଥିଲେ। ଏହି ବୈଠକରେ ବହୁ ସଂଖ୍ୟାରେ ସୁରକ୍ଷା କର୍ମଚାରୀ ଯୋଗ ଦେଇ ନିଜ ନିଜର ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.