Home ଜିଲ୍ଲା ପରିକ୍ରମା ଗ୍ରାମ୍ୟ ଉନ୍ନୟନ ବିଭାଗ ଶୁଣିଲାନି : ରାସ୍ତା ମରାମତି କଲେ ଗ୍ରାମବାସୀ

ଗ୍ରାମ୍ୟ ଉନ୍ନୟନ ବିଭାଗ ଶୁଣିଲାନି : ରାସ୍ତା ମରାମତି କଲେ ଗ୍ରାମବାସୀ

83

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସହରାଞ୍ଚଳ ତଥା ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ସରକାର ଗମନାଗମନ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି । କିନ୍ତୁ ଏଥିପ୍ରତି ଗୁରୁତ୍ୱ ଦେଉନାହାଁନ୍ତି ବିଭାଗୀୟ ଅଧିକାରୀ ଓ ନିର୍ବାଚିତ ଲୋକ ପ୍ରତିନିଧି । ତେଣୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଉପରୁ ଆସ୍ଥା ହରାଇ ଚରମ୍ପା ପଂଚାୟତ ଝାଟିଆ ଜାନୁଗଞ୍ଜ ସାହିର ଯୁବଗୋଷ୍ଠୀ ନିଜ ରାସ୍ତାକୁ ମରାମତି ଆରମ୍ଭ କରିଛନ୍ତି । ସୂଚନା ଅନୁସାରେ ଚରମ୍ପା-ଡୁଙ୍ଗୁରା ୧୨ କିଲୋମିଟର ରାସ୍ତା ଗତ ଫନି ବାତ୍ୟା ବେଳେ କ୍ଷତିଗ୍ରସ୍ତ ହୋଇଥିଲା । ବିଶେଷକରି ଝାଟିଆ ଜାନୁଗଞ୍ଜ ସାହିଠାରୁ କେନାଲ ରୋଡ୍ ପର୍ଯ୍ୟନ୍ତ ୫ କିମିରୁ ଏହି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ବଡବଡ ଗର୍ତ୍ତ ସୃଷ୍ଟି ହୋଇ ରାସ୍ତାକୁ ବିପଦପୂର୍ଣ୍ଣ କରିପକାଇଛି । ଏହି ରାସ୍ତା ଉପରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ୱ ଲୋକ ନିର୍ଭର କରନ୍ତି । ଉକ୍ତ ରାସ୍ତାର ଶୋଚନୀୟ ଅବସ୍ଥା ପାଇଁ ପଥଚାରୀ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡି ମଧ୍ୟ ଯିବାରେ ବାଧା ସୃଷ୍ଟି ହୋଇଛି । ଫଳରେ ଗୁରୁତର ଅସୁସ୍ଥ ରୋଗୀଙ୍କୁ ମେଡିକାଲ ନେବା କଷ୍ଟକର ହୋଇପଡୁଛି । ବର୍ଷାଦିନରେ ଏହାର ଅବସ୍ଥା ଯାତାୟତ ଅନୁପଯୋଗୀ ହୋଇପଡୁଛି । ଏ ସଂପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିକଟରେ ବାରମ୍ବାର ଦାବି ସତ୍ୱେ କୌଣସି ସୁଫଳ ମିଳିନାହିଁ । ତେଣୁ ବାଧ୍ୟ ହୋଇ ଝାଟିଆ ଜାନୁଗଞ୍ଜ ସାହିର ଯୁବଗୋଷ୍ଠୀ ଉକ୍ତ ରାସ୍ତାର ମରାମତି କାର୍ଯ୍ୟ ନିଜ ହାତରୁ ଖର୍ଚ୍ଚ କରି ଆରମ୍ଭ କରିଛନ୍ତି । ରାସ୍ତାର ପୁନରୁଦ୍ଧାର ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଓ ବିଧାୟକଙ୍କ ନିକଟରେ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି । ତେବେ ଫନି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଉକ୍ତ ରାସ୍ତାର ମରାମତି ତଥା ପୁନରୁଦ୍ଧାର ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିବା ଓ ଜୁନ୍ ମାସ ୩୦ ତାରିଖ ସୁଦ୍ଧା କାର୍ଯ୍ୟ ସରିବ ବୋଲି କହିଛନ୍ତି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.