Home କେନ୍ଦୁଝର ଗୋଚର ଓ ଶ୍ମଶାନ ଜମିକୁ ବେଆଇନ୍ ଭାବେ ଜବରଦଖଲ, ଉଚ୍ଛେଦ ଦାବିରେ ଦୈତାରୀ-ଡୁବୁରୀ ରାସ୍ତା ଅବରୋଧ

ଗୋଚର ଓ ଶ୍ମଶାନ ଜମିକୁ ବେଆଇନ୍ ଭାବେ ଜବରଦଖଲ, ଉଚ୍ଛେଦ ଦାବିରେ ଦୈତାରୀ-ଡୁବୁରୀ ରାସ୍ତା ଅବରୋଧ

51

କେନ୍ଦୁଝର,ତା ୧୮ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ସୀମାନ୍ତ ଦୈତାରୀ-ଡୁବୁରି ରାସ୍ତାର ପାନବାହାଳୀ ଛକ ନିକଟରେ ଆଜି ସକାଳ ସମୟରେ ଗ୍ରାମର ଶତାଧିକ ଲୋକ ରାସ୍ତାକୁ ଅବରୋଧ କରିଥିଲେ । ମିଳିଥିବା ଖବର ଅନୁଯାୟୀ ପାନବାହାଳୀ ଗ୍ରାମର ସର୍ବସାଧାରଣଙ୍କ କାର୍ଯ୍ୟରେ ଲାଗୁଥିବା ଗୋଚର ଓ ଶ୍ମଶାନ ଭୂକ୍ତ ଜମି ଗୁଡିକୁ କେତେକ ବ୍ୟକ୍ତି ବେଆଇନ ଭାବେ ଯୋର୍ ଜବରଦସ୍ତି ଜବରଦଖଲ କରିନେଉଛନ୍ତି । ଏନେଇ ଗ୍ରାମର ଲୋକମାନେ ପୂର୍ବରୁ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ପାଖରେ ଲିଖିତ ସହ ମୌଖିକ ଅଭିଯୋଗ କରିଥିଲେ । ହେଲେ ପ୍ରଶାସନିକ ଅଧିକାରୀଙ୍କ ନିରବ ମନୋବୃତ୍ତିକୁ ନେଇ ଆଜି ଗ୍ରାମର ସମସ୍ତ ଲୋକ ଏକତ୍ରିତ ହୋଇ ନ୍ୟାୟ ଆଶାରେ ରାଜରାସ୍ତାକୁ ଉହ୍ଲାଇଛନ୍ତି । ରାସ୍ତା ଅବରୋଧ କାରଣରୁ ଦୀର୍ଘ ଘଣ୍ଟା ଧରି ଦୈତାରୀ-ଡୁବୁରୀ ରାସ୍ତାରେ ଯାତାୟାତ ବନ୍ଦ ରହିଥିଲା । ଯାହାକୁ ନେଇ ଘଟଣାସ୍ଥଳରୁ ବ୍ରାହ୍ମଣୀପାଳ ଛକ ପର୍ଯ୍ୟନ୍ତ ଶହଶହ ଗାଡ଼ି ମଟର ଧାଡ଼ି ହୋଇ ଅଟକି ରହିଥିବା ଦେଖିବାକୁ ମିଳିଛି । ଘଟଣାର ଖବର ପାଇ ଟମକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.