Home ଓଡ଼ିଶା ୧୩ ଦିନ ତଳେ ଅପହୃତ ହୋଇଥିବା କଲେଜ ଛାତ୍ରୀ କଟକରୁ ଉଦ୍ଧାର

୧୩ ଦିନ ତଳେ ଅପହୃତ ହୋଇଥିବା କଲେଜ ଛାତ୍ରୀ କଟକରୁ ଉଦ୍ଧାର

69

ଯାଜପୁର୧୮ା୧୨(ଓଡିଆ ପୁଅ/ବିରଞ୍ଚି ନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା ଧର୍ମଶଳା ଥାନା ଚହଟା ଗ୍ରାମର ଜଣେ କଲେଜ ପଢୁଆ ଛାତ୍ରୀଙ୍କୁ ଗତ ୫ ତାରିଖରେ ଅପହରଣ କରିଥିବା ଅଭିଯୁକ୍ତ ସହ ଯୁବତୀଙ୍କ ଧର୍ମଶଳା ପୁଲିସ କଟକ ଜଗତପୁର ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରିବା ସହ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ଧର୍ମଶଳା ଆଇଆଇସି ସରୋଜ କୁମାର ସାହୁଙ୍କ ଠାରୁ ସୂଚନା ମିଳିଛି। ଅପହରଣକାରୀ ଧର୍ମଶଳା ଥାନାର ଚୋରମୁହାଁ ଗ୍ରାମର ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକ ଅବଦୁଲ ସେହମତ୍ ଖାଁ ଯୁବତୀ ଜଣକୁ ଯାଜପୁରରୋଡ (ବ୍ୟାସନଗର) ଯିବା ବେଳେ ବଳପୂର୍ବକ ଅପହରଣ କରି ନେଇ ବିବାହ କରିବାକୁ ଉଦ୍ୟମ କରୁଥିବା ଧର୍ମଶଳା ଥାନାରେ ଯୁବତୀଙ୍କ ପରିବାର ପକ୍ଷରୁ ଗତ ୫ ତାରିଖରେ ଲିଖିତ ଅଭି ଯୋଗ ହୋଇଥିଲା। ଏହି ଘଟଣାରେ ପୁଲିସ ଅପହରଣକାରୀର ବାପାଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ନିରବ ହେବା ପରେ ପୁଲିସ ବିରୁଦ୍ଧରେ ପରିବାର ଲୋକେ ହାଇକୋର୍ଟରେ ଦ୍ୱାରସ୍ଥ ହୋଇ ନିଜ ଝିଅର ଉଦ୍ଧାର ପାଇଁ ଆବେଦନ କରିଥିଲେ। ଏବଂ ଗତ କାଲି ବିଭିନ୍ନ ଗଣମାଧ୍ୟମରେ ଅପହରଣ ହୋଇଥିବା ଯୁବତୀ ର ଆକୁଳ ନିବେଦନ ଅଡିଓ ଭାଇରାଲ ହେବା ପରେ ଜିଲ୍ଲା ପ୍ରଶାସନ ପାଇଁ ସମସ୍ୟା ବଢିବା ଦେଖିବାକୁ ମିଳିଥିଲା। ଯାଜପୁର ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ପୁଲିସ ବଭିିନ୍ନ ସୂଚନାକୁ ଆଧାର କରି ଭିନ୍ନଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରି ଗତ ବିଳମ୍ବିତ ରାତ୍ରୀରେ ଧର୍ମଶଳା ପୁଲିସ କଟକ ଜଗତପୁର ଅଞ୍ଚଳରୁ ଯୁବତୀଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀ ଅବଦୁଲ ସେହମତ୍ ଖାଁକୁ ଗିରଫ କରି ଏକ ବଡ ଘଟଣାର ପୂର୍ଣ୍ଣଛେଦ ପଡିବାରେ ରାସ୍ତା ବାହାର କରିବାରେ ସଫଳ ହୋଇଛି।

ସୂଚନାଯୋଗ୍ୟ, ମିଳିଥିବା ସୂଚନା ଅନୁଯାଇ ଧର୍ମଶଳା ଥାନା ଚହଟା ଗ୍ରାମର ଜନୈକା ଯୁବତୀଙ୍କ ସହ ପଡୋଶୀ ଚୋରମୁହାଁ ଗ୍ରାମର ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକ ଅବଦୁଲ ସେହମତ ଖାଁ ଓରଫ ବବି ବହୁଦିନ ତଳରୁ ବନ୍ଧୁତା ସ୍ଥାପନ ହୋଇଥିଲା। ଗତ ୫ ତାରିଖ ଦିନ ସମ୍ପୃକ୍ତ ଯୁବତୀ ଯାଜପୁରରୋଡ ବ୍ୟାସନଗର ସ୍ୱୟଂଶାସିତ କଲେଜକୁ ଯିବାକୁ ବାହାରି ଥିଲେ। ବବି କୈାଣସି ସୁତ୍ରରୁ ଖବର ପାଇ ନିଜର ବଡମା’ର ନିଜ ଘରେ ମଲା ଶରୀରକୁ ଛାଡି ଯୁବତୀଙ୍କ ପିଛା କରି ବଳପୂର୍ବକ ଯୁବତୀଙ୍କୁ ଅପହରଣ କରିବାରେ ସକ୍ଷମ ହୋଇଥିଲେ। ଅପହରଣ ସମୟରେ ଯୁବତୀଙ୍କୁ ଜୀବନରୁ ମାରିଦେବାର ଧମକ ଦେଖାଇ ପରିବାର ଓ ପୁଲିସକୁ ନଜଣାଇବାକୁ ବାଧ୍ୟ କରାଯାଇଥିଲା। ଯୁବତୀଙ୍କୁ ଶାରୀରିକ ମାନସିକ ନିର୍ଯ୍ୟାତନା ଦେବା ସହ ସଂଖ୍ୟାଲଘୁ ରୀତିନୀତିରେ ବୁପୂର୍ବକ ବିବାହ କରିବାକୁ ଉଦ୍ୟମ କରିଥିଲେ। ଏସଂର୍ପର୍କରେ ଯୁବତୀଙ୍କ ଠାରୁ ପରିବାର ଲୋକେ ଜାଣିବା ପରେ ଧର୍ମଶଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଯୁବତୀଙ୍କ ଅପହରଣରେ ଅପରାଧିକ ଷଡଯନ୍ତ୍ର କରିଥିବା ଏବଂ ଅପହୃତାଙ୍କ ପିତା-ମାତାଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ପୁଲିସ ମୁଖ୍ୟ ଅଭିଯୁକ୍ତ ବବିର ପିତା ଅବଦୁଲ ହମିଦ ଖାଁଙ୍କୁ ଗିରଫ କରି କୋଟଚାଲାଣ କରିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗିରହିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.