Home ଓଡ଼ିଶା ଗୁମ୍ଫାମୟ କୋଟଗଡ ଅନନ୍ତ ଗୁମ୍ଫା ଏବେବି ଅବହେଳିତ

ଗୁମ୍ଫାମୟ କୋଟଗଡ ଅନନ୍ତ ଗୁମ୍ଫା ଏବେବି ଅବହେଳିତ

80

ନୟାଗଡ/୦୯/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ଅନେକ ପର୍ଯ୍ୟଟନ କେନ୍ଦ୍ର ରହିଅଛି । ସେ ମଧ୍ୟରୁ ବିଶେଷ ଆକର୍ଷଣ ହେଉଛି ରାଜସୁନାଖଳା ଗ୍ରାମ ପଞ୍ଚାୟତ କୋଟଗଡ ନିକଟସ୍ଥ ଅନନ୍ତ ଗୁମ୍ଫା  । ଏକ ଛୋଟ ପାହାଡ ମଧ୍ୟରେ ଅନେକ ଗୁମ୍ଫା ରହିଅଛି । ପାହାଡ ପାଦ ଦେଶରେ ଏକ ଝରଣା ଥିଲା ଯାହାକୁ ଏକ ଛୋଟିଆ ଡ୍ୟାମ୍ କରାଯାଇଛି । ଯେଉଁ ଡ୍ୟାମ୍ ରେ ଜଳ କ୍ରିଡା କରିବା ପାଇଁ ବୋଟ ନଥିଲେ ମଧ୍ୟ ଏକ ବାଉଁଶ ଭେଳା ର ବ୍ୟବସ୍ତା କରାଯାଇଅଛି । ଏହି ଗୁମ୍ଫା ଥିବା ପାହାଡ ରେ ଅନେକ ଗୁମ୍ଫା ରହିଅଛି । ଅତୀତ ରେ ବାଘ ବାଘୁଣୀ ରହୁଥିବା ଦେଖିବାକୁ ମିଳୁଥିଲା । ରାଜାରାଜୁଡା ସମୟରେ ଗୋପି ନାୟକ ନାମକ ଏକ ଡକାୟତ ଏଠାରେ ଥିବା ଏକ ଗୁମ୍ଫାରେ ରହୁଥିବାର କିମ୍ବଦନ୍ତି ରହିଅଛି । ଏହି ଗୁମ୍ଫା ରେ ୨୦ ରୁ ୩୦ ଜଣ ବ୍ୟକ୍ତି ରାତି ଦିନ ରହିପାରିବେ । ସେହି ଗୁମ୍ଫା ରେ ଏବେ ହନୁମାନ ପୂଜା ପାଉଛନ୍ତି । ବାଘ ଗୁମ୍ଫା ଟି ଏବେ ମା ସିଦ୍ଧେଶ୍ୱରୀ ଙ୍କ ପୀଠ ପାଲଟିଛି । ଏହି ଗୁମ୍ଫାର ଉପରି ଭାଗରେ ୧ ଶହ ପାହାଚ ଚଢି ଗଲେ ରତ୍ନଗିରି ରହିଅଛି । ପାହାଡ ଟିରେ ଅନେକ ଗୁମ୍ଫା ଔଷଧିୟ ବୃକ୍ଷଲତା ସହ ବହୁ ମାଳତୀ ଫୁଲ ଗଛ ଦେଖିବାକୁ ମିଳିଥାଏ । ମାଳତୀ ଫୁଲ ର ବାସ୍ନା ରେ ପୀଠଟି ମହକି ଉଠିଥାଏ । ଏଠାରେ ଅନେକ ସାଦ୍ଧୁ ସନ୍ଥ ରହି ସାଧନା କରିବାର ଦେଖିବାକୁ ମିଳିଥାଏ ।

ରାଜସୁନାଖଳାର ବିରଞ୍ଚି ନାରାୟଣ ସାହୁ ଏଠାରେ ତତ୍ୱାବଧାରକ ଭାବେ ୧୯୮୦ ମସିହାରୁ ଏଠାରେ ଦାଇତ୍ୱ ତୁଲାଇ ଆସୁଛନ୍ତି । ବିରଞ୍ଚି ନାରାୟଣ ସାହୁ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ଭକ୍ତକବି ଭକ୍ତ ଚରଣ ଦାସ ରାଜସୁନାଖଳା ବୃନ୍ଦାବନ ଦେବ ବିହାରୀ ମଠ ରେ ସାଧନା କରିବା ସମୟରେ ପ୍ରତି ଦିନ ଏହିଠାକୁ ଆସିଥାନ୍ତି । ବାବା ଅନନ୍ତ ଏହି ପୀଠରେ ସାଧନା କରି ସିଦ୍ଧି ଲାଭ କରିଥିଲେ । ଏହି ପୀଠଟି ଅବହେଳିତ ଅବସ୍ତାରେ ପଡିରହିଛି । କେବେବି ଓଡିଶା ପ୍ରତ୍ନତତ୍ୱ ବିଭାଗ ଏଠାକୁ ଆସିନାହାନ୍ତି । ପୀଠ ର ଯାହାକିଛି ଉନ୍ନତି ହୋଇଛି ତାହା ସାଧାରଣ ଲୋକଙ୍କ ଦାନ ଅର୍ଥରେ  ା ପିକ୍‌ନିକ୍ ଋତୁରେ ଶହ ଶହ ପର୍ଯ୍ୟଟକ ଏଠାକୁ ଆସି ପିକ୍‌ନିକ୍ କରି ଏକ ନିଆରା ମଜା ନେଇଥାନ୍ତି । ରାଜ୍ୟ ପର୍ଯ୍ୟଟନ ବିଭାଗ ଏହି ପୀଠ ପ୍ରତି ଦୃଷ୍ଟି ଦେଇ ଇକୋ ଟୁରିଜିମ୍ କେନ୍ଦ୍ରରେ ପରିଣତ କଲେ ପୀଠର ଉନ୍ନତି ହେବା ସଙ୍ଗେସଙ୍ଗେ ଲକ୍ଷ ଲକ୍ଷ ଟଙ୍କା  ରାଜସ୍ୱ ଆଦାୟ ସହ ପର୍ଯ୍ୟଟକ ମାନେ ଅଧିକ ଆକର୍ଷଣ ହେବେ । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜିବି ମାନେ ଅନୁରୋଧ କରିଛନ୍ତି  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.