Home ଜିଲ୍ଲା ପରିକ୍ରମା ଗରିବ ହିତାଧିକାରୀ ଘରଡିହ ପାଇବାର  ୨୧ ବର୍ଷ ପରେ ମଧ୍ୟ ଦେଖିନାହାନ୍ତି ଘରଡିହ ହିତାଧିକାରୀ

ଗରିବ ହିତାଧିକାରୀ ଘରଡିହ ପାଇବାର  ୨୧ ବର୍ଷ ପରେ ମଧ୍ୟ ଦେଖିନାହାନ୍ତି ଘରଡିହ ହିତାଧିକାରୀ

130

 

ଖଡିଆଳ/ନୂଆପଡା-୨୧.୦୬.୧୯(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)-  ସହରାଂଚଳ ହେଉକି ଗ୍ରାମଂଚଳ ହେଉ ଗରିବ ଭୁମିହିନ ହିତାଧିକାରୀ ମାନଙ୍କୁ ରାଜ୍ୟ ସରକାର ଘରଡିହ ଯୋଗଇଦେବା ସହିତ ସେମାନଙ୍କୁ ରହିବା ପାଇଁ ବାସଗୃହ ଯୋଗାଇଦେଉଛନ୍ତି । କିନ୍ତୁ ଘରଡିହ ଯୋଗାଇଦେବାର ୨୧ ବର୍ଷ ପରେ ମଧ୍ୟ ଉକ୍ତ ହିତାଧିକାରୀ ମାନେ ପାଇ ଥିବା  ଘରଡିହ ନଦେଖାଇଦେବା ଫଳରେ ହିତାଧିକାରୀ ମାନେ ଭାଙ୍ଗିପଡିଛନ୍ତି । ଏବିଷୟରେ ବାରମ୍ବାର ଆରଆଇ ଓ ତହସିଲଦାର ଙ୍କୁ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନଥିବା  ହିତାଧିକାରୀ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଠାରେ ପ୍ରକାଶ କରିଛନ୍ତି । ସୁଚନା ମୋତେ ଖଡିଆଳ ବ୍ଲକ ଡୁମେରଜୋର ଗ୍ରାମର ଗରିବ ହିତାଧିକାରୀ ମନୁ ତାଣ୍ଡି ସୋଦନ ତାଣ୍ଡି, ପ୍ରଶ୍ନ ସାହୁ, ଧର୍ମୁ ମାଝୀ, ଅଲେଖ ମାଝୀ, ଘନଶ୍ୟାମ ତାଣ୍ଡି ବିକୁରାମ ତାଣ୍ଡି, ଧନୁର୍ଦ୍ଧର ମେହେର, ଚନ୍ଦ୍ର ମଲ୍ଲିକ, ଯୋଡା ମାଝୀ, ଅନିରୁଧ ତାଣ୍ଡି ଖୁଦା ସାହୁ, ଜୟ କେଲା, ମାଠୁ ମାଝୀ, ନରସିଂ ତାଣ୍ଡି, କାନ୍ଦୁରୁ ମାଝୀ,ମଦନ ସାହୁ, ଧନଜଂୟ ମଲ୍ଲିକ, ଭିମରାଜ ମାଝୀ, ଚନ୍ଦ୍ର ମଲ୍ଲିକ ୨୦ ଜଣ ଗତ ୧୯୯୮ ମସିହାରେ ୪ ଡିସମିଲ ଳେଖାଏଁ ଖଡିଆଳ ତହସିଲ ରୁ ଘରଡିହ ଜିମି ପଟ୍ଟା ପାଇଥିଲେ । ଘରଡିହ ପଟ୍ଟା ପାଇବାର ୨୧ ବର୍ଷ ବିତିଯାଇଥିଲେ ଏହି ଗରିବ ହିତାଧିକାରୀ ମାନେ ଡିହଜମି ଦେଖିନାହାନ୍ତି । ତୁରନ୍ତ ଘରଡିହ ଚିହ୍ନଟ ନକଲେ ଖଡିଆଳ ତହସିଲ କାର୍ଯ୍ୟଳୟ ଠାରେ ଆନେ୍ଦାଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏବିଷୟରେ ଖଡିଆଳ ତହସିଲଦାର ସିନ୍ଧୁସୁତା ପାତ୍ର ଙ୍କ ସହିତ ଯୋଗାଯୋଗ କରାଯିବାରୁ ଆରଆଇଙ୍କୁ କହି ହିତାଧିକାରୀ ମାନଙ୍କ ଜମିଚିହ୍ନଟ ସମସ୍ୟା ସମାଧାନ କରିଦିଆଯିବ ବୋଲି ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.