Home Top News ଗରିବକୁ ୧୭ ଚାପୁଡ଼ା ! ମହିଳାଙ୍କର ଉଗ୍ର ରୂପ! ଅତି ନିର୍ମମ ଭାବେ ଇ-ରିକ୍ସା ଚାଳକକୁ,...

ଗରିବକୁ ୧୭ ଚାପୁଡ଼ା ! ମହିଳାଙ୍କର ଉଗ୍ର ରୂପ! ଅତି ନିର୍ମମ ଭାବେ ଇ-ରିକ୍ସା ଚାଳକକୁ, ଭିଡିଓ

151

ନୂଆ ଦିଲ୍ଲୀ ୧୩-୮ (ଓଡ଼ିଆ ପୁଅ) ୯୦ ସେକେଣ୍ଡ ମଧ୍ୟରେ ୧୭ ଚାପୁଡ଼ା। କି ଉଗ୍ର ରୂପ! ବିଚାରା ଇ-ରିକ୍ସା ଚାଳକ କିଛି କହୁନଥାଏ। ଲୋକେ ଦେଖୁଥାନ୍ତି। କେହି କିଛି କହୁ ନଥାନ୍ତି କି ମଙିଳାଙ୍କୁ ରୋକୁ ନଥାନ୍ତି। ଘଟଣା ଉତ୍ତର ପ୍ରଦେଶର ନୋଏଡାରେ ଅର୍ଥାତ୍ ଦିଲ୍ଲୀ ନିକଟସ୍ଥ ନୋଏଡ଼ାରେ। ଭିଡ଼ଓରେ ଦେଖାଯାଉଛିଯେ, ନୋଏଡାଠାରେ ଜଣେ ମହିଳା ଏକ ଇ-ରିକ୍ସା ଡ୍ରାଇଭରକୁ ଅତି ନିର୍ମମ ଭାବେ ଚାପୁଡ଼ା ପରେ ଚାପୁଡ଼ା ମାରିଚାଲିଛନ୍ତି। କାରଣ ରିକ୍ସାଟି ମହିଳାଙ୍କ କାରକୁ ଛୁଇଁଥିଲା। କ୍ରୋଧିତ ମହିଳା ଇ-ରିକ୍ସା ଡ୍ରାଇଭରକୁ ଅଟକାଇ ତା’ପରେ କଲର ଧରି କାର ନିକଟକୁ ଆଣି ଚାପୁଡ଼ା ପରେ ଚାପୁଡ଼ା ମାରିବାକୁ ଲାଗିଲେ। ବର୍ତ୍ତମାନ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କୁହାଯାଉଛି ଯେ, ମହିଳା ୯୦ ସେକେଣ୍ଡ ମଧ୍ୟରେ ଇ-ରିକ୍ସା ଡ୍ରାଇଭରକୁ ୧୭ ଥର ଚାପୁଡ଼ା ମାରିଥିଲେ। ସେଠାରେ ଅନେକ ଲୋକ ଉପସ୍ଥିତ ଥିଲେ। କିନ୍ତୁ ମହିଳାଙ୍କୁ ଅଟକାଇବାକୁ କେହି ଚେଷ୍ଟା କରିନଥିଲେ। ଏହି ସମୟରେ ଇ-ରିକ୍ସା ଡ୍ରାଇଭର ମହିଳାଙ୍କୁ କିଛି କହିବାକୁ ଚେଷ୍ଟା କରୁଥାଏ ଇତି ମଧ୍ୟରେ ତାଙ୍କୁ କେବଳ ମାଡ ମାରିବା ଜାରି ରହିଥାଏ। କେବଳ ଏତିକି ନୁହେଁ ମହିଳା ପୀଡିତାଙ୍କଠାରୁ ଟଙ୍କା ଏବଂ ମୋବାଇଲ୍ ମଧ୍ୟ ଛଡ଼ାଇ ନେଇଥିଲେ। କୁହାଯାଉଛି ଯେ, ଏହି ମହିଳା ଜଣକ ବିଜେପି ମହିଳା ମୋର୍ଚ୍ଚାର ଜଣେ ସଦସ୍ୟା। ଇତି ମଧ୍ୟରେ କିଛି ଲୋକ ଏହାର ଭିଡିଓ ପ୍ରସ୍ତୁତ କରିଦେଇଥିଲେ ଏବଂ ଏହି ଭିଡିଓକୁ ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ, ଯାହା ବର୍ତ୍ତମାନ ଭାଇରାଲ ହୋଇଛି। ଯେତେବେଳେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଲା, ଲୋକମାନେ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏଥି ସହିତ ଇ-ରିକ୍ସା ଡ୍ରାଇଭରଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଏଫଆଇଆର ରୁଜୁ କରିଛି। ଘଟଣାର ତଦନ୍ତ କରୁଛି ନୋଏଡ଼ା ପୁଲିସ୍।
ଜଣେ ୟୁଜର ଶୁଭମ୍ ଶୁକ୍ଲା ଲେଖିଛନ୍ତିଯେ,
– ଏହି ମହିଳା ସୀମା ଅତିକ୍ରମ କରିଛନ୍ତି। ଗରିବ ଦିଦି କହିବାରେ ଲାଗିଲା ଏବଂ ଅହଁକାରୀ ଦିଦି ଗରିବ ଲୋକଙ୍କୁ ଚାପୁଡ଼ା ମାରିବାରେ ଲାଗିଲା। ଭିଡିଓକୁ ଭାଇରାଲ୍ କର।

https://twitter.com/IMinakshiJoshi/status/1558368742207549445

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.