Home କେନ୍ଦ୍ରାପଡ଼ା ଗଣେଶ୍ୱରଙ୍କ ଅକାଳ ମୃତ୍ୟୁରେ ଶୋକାକୁଳ ହୋଇପଡିଛି ଗ୍ରାମ

ଗଣେଶ୍ୱରଙ୍କ ଅକାଳ ମୃତ୍ୟୁରେ ଶୋକାକୁଳ ହୋଇପଡିଛି ଗ୍ରାମ

66

କେନ୍ଦ୍ରାପଡ଼ା, ୧୨ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତଗାଙ୍ଗପଡା ଗ୍ରାମପଞ୍ଚାୟତର ଗୋଗୁଆ ଗ୍ରାମର ଗଣେଶ୍ୱର ଓଝାଙ୍କର ୪୭ବର୍ଷ ବୟସରେ ଅକାଳ ମୃତ୍ୟୁ ହୋଇଯାଇଛି। ଗଣେଶ୍ୱର ଜଣେ ଦିନ ମଜୁରିଆ ଭାବେ ଏଣେ ତେଣେ ବୁଲି ମୂଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରୁଥିଲେ। ତାଙ୍କର ଅକାଳ ମୃତ୍ୟୁ ପରିବାର ପାଇଁ ଚିନ୍ତାର କାରଣ କାରଣ ପାଲଟିଛି। ଜମିଜମା କହିଲେ ଘରଡିହ ଖଣ୍ଡିକ ଛାଡିଦେଲେ ଆଉ କିଛି ନାହିଁ। ତାଙ୍କର ଆର୍ଥିକ ସ୍ଥିତି ଅତ୍ୟନ୍ତ ନୈରାଶ ଜନକ। ତାଙ୍କ ପୁଅ ମୁକେଶ ମାଟ୍ରିକରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ କଲେଜରେ ନାମ ଲେଖାଇ ପାଠ ପଢୁଥିବା ବେଳେ ଝିଅ ମୋନାଲିସା ଚଳିତ +୨ ପରୀକ୍ଷାରେ ମଧ୍ୟ ପ୍ରଥମ ଶେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପୁଅ ଝିଅଙ୍କୁ କଲେଜରେ ପାଠପଢାଇବା ତାଙ୍କ ପକ୍ଷେ ସମ୍ଭବ ହେଉନଥିଲା। ଏହି କାରଣ ଯୋଗୁଁ ପରିବାରରେ ବିଭିନ୍ନ ସମୟରେ କଳହ ଲାଗୁଥିଲା। ଦାରିଦ୍ର‌୍ୟତା ପାଇଁ ସେ ସର୍ବଦା ମାନସିକ ଚିନ୍ତାରେ ରହୁଥିଲେ। ଲିଭର କ୍ୟାନସର ରୋଗରେ ପିଡିତ ଗଣେଶ୍ୱର ସାହି ପଡିଶାଙ୍କ ସହଯୋଗରେ ଦୀର୍ଘଦିନ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ହେଲେ ପରବର୍ତ୍ତୀ ସମୟରେ ଗଣେଶ୍ୱରଙ୍କ ଲିଭର କ୍ୟାନସର ରୋଗ ବଢିବା ସହ କିଡନୀ ଖରାପ ହୋଇଯାଇଥିଲା। ଚିକିତ୍ସା ପାଇଁ ବହୁ ଅର୍ଥର ଆବଶ୍ୟକତା ଥିବା ବେଳେ ପରିବାର ବୋଝ, ପିଲାଙ୍କ ପାଠପଢା ବିଷୟରେ ଚିନ୍ତାକରି ଶେଷରେ ରୋଗାକ୍ରାନ୍ତ ହୋଇ ଆଖି ବୁଜିଲେ ଗଣେଶ୍ୱର। ସାହି ପଡିଶା, ମହିଳା ମଣ୍ଡଳ ଓ ସରପଞ୍ଚ ଅଶ୍ୱିନୀ କୁମାର ପାତ୍ରଙ୍କ ସହାୟତାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସେ ଗାଙ୍ଗପଡା ପଞ୍ଚାୟତର ୭ନମ୍ବର ୱାର୍ଡର ପୂ ର୍ବତନ ୱାର୍ଡସଭ୍ୟ ଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ପତ୍ନୀ ମିନତୀ ଓଝା ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.