Home କେନ୍ଦ୍ରାପଡ଼ା ୟୁରିୟା ଓ ଡିଏପି ସାର ତୁରନ୍ତ ଯୋଗାଇଦେବାକୁ ଓସ୍ତପୁର ସମିତି ସଭାପତିଙ୍କ କୃଷି ଉପନିର୍ଦେଶକଙ୍କୁ ଦାବି

ୟୁରିୟା ଓ ଡିଏପି ସାର ତୁରନ୍ତ ଯୋଗାଇଦେବାକୁ ଓସ୍ତପୁର ସମିତି ସଭାପତିଙ୍କ କୃଷି ଉପନିର୍ଦେଶକଙ୍କୁ ଦାବି

25

କେନ୍ଦ୍ରାପଡ଼ା, ୧୨ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା ଓସ୍ତପୁର ସମିତିକୁ ତୁରନ୍ତ ୟୁରିଆ ଓ ଡିଏପି ସାର ଯୋଗାଇ ଦେବାକୁ କୃଷି ଉପନିର୍ଦେଶକ, କେନ୍ଦ୍ରାପଡାଙ୍କୁ ଏକ ପତ୍ର ଲେଖି ଦାବି କରିଛନ୍ତି। ତାଙ୍କ ପତ୍ରରେ ଉଲ୍ଲେଖ ରହିଛି ଯେ ସେହି ସମିତିଟି ଓସ୍ତପୁର ଏବଂ କଂସାର ଦୁଇଗୋଟି ଗ୍ରାମପଞ୍ଚାୟତକୁ ନେଇ ଗଠିତ। ସେହି ପଞ୍ଚାୟତ ଦୁଇଟିର ଚାଷୀମାନେ ଚାଷକାର୍ଯ୍ୟ କରୁଥିବା ବେଳେ ୟୁରିଆ ଏବଂ ଡିଏପି ସାରର ଘୋର ଅଭାବ ଯୋଗୁଁ ନାହିଁ ନଥିବା ଦୁର୍ଦଶାର ସମ୍ମୁଖୀନ ହେଉଛନ୍ତି। ଏହି ସାର ନେବାକୁ ଦୈନିକ ଚାଷୀମାନେ ସମିତିକୁ ଆସି ସାର ନଥିବାରୁ ନିରାଶ ହୋଇ ଫେରୁଛନ୍ତି। ତେଣୁ ଚାଷୀମାନଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ଓସ୍ତପୁର ସମିତିକୁ ୟୁରିଆ ଓ ଡିଏପି ସାର ଯୋଗାଇ ଦେବାକୁ ସଭାପତି ଶ୍ରୀ ଜେନା କୃଷି ଉପନିର୍ଦେଶକଙ୍କ ନିକଟରେ ଦାବି କରିଛନ୍ତି। ଏଥିସହିତ ସମବାୟ ସମିତି ସମୁହର ସହକାରୀ ନିବନ୍ଧକ ଏବଂ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଶାଖା ପରିଚାଳକଙ୍କୁ ମଧ୍ୟ ଏହି ଘଟଣାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.