Home ଓଡ଼ିଶା କୋରାପୁଟ ଲୋକସଭା ଓ ପଟ୍ଟାଙ୍ଗୀ ବିଧାନସଭା ବିଜୟୀ ପ୍ରାର୍ଥି ପ୍ରମାଣପତ୍ର ନେଲେ

କୋରାପୁଟ ଲୋକସଭା ଓ ପଟ୍ଟାଙ୍ଗୀ ବିଧାନସଭା ବିଜୟୀ ପ୍ରାର୍ଥି ପ୍ରମାଣପତ୍ର ନେଲେ

357

କୋରାପୁଟ ୨୪-୦୫ (ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ଲୋକସଭା ଆସନର ବିଜୟୀ ପ୍ରାର୍ଥି କଂଗ୍ରେସର ସପ୍ତଗିରି ଉଲକା କୋରାପୁଟ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର କେ.ସୁଦର୍ଶନ ଚକ୍ରବର୍ତିଙ୍କଠାରୁ ନିର୍ବାଚନ ପ୍ରମାଣ ପତ୍ର ଗ୍ରହଣ କରିଥିଲେ। କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ରୁପକ ତୁରୁକ, ଉପସଭାପତି ବାବୁଲା ବେନିଆ, ରାୟଗଡା ଜିଲ୍ଲା କଂଗ୍ରେସ କମିଟି ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ମନୋଜ ଆବାର୍ଯ୍ୟ, ବିଜୟ କୁମାର ରାଓ ପ୍ରମୁଖଙ୍କ ସହ ଅନେକ କଂଗ୍ରେସ ନେତା ଉପସ୍ଥିତ ଥିଲେ।

ପଟ୍ଟାଙ୍ଗୀ ବିଧାନସଭା ଆସନର ବିଜୟୀ ପ୍ରାର୍ଥି ପିତମ ପାଢୀ କୋରାପୁଟ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ଲଲିତ କୁମାର କହଁରଙ୍କଠାରୁ ପ୍ରମାଣପତ୍ର ଗ୍ରହଣ କରିଥିଲେ। ବିଦାୟୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ, ବରିଷ୍ଠ ବିଜେଡି ନେତା ଗୋପାଳ ବେବର୍ତ୍ତା ଉପସ୍ଥିତ ଥିଲେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.