Home ଓଡ଼ିଶା କୋରାପୁଟ ଲୋକସଭା ଆସନ; କଂଗ୍ରେସ ପ୍ରାର୍ଥି ସପ୍ତଗିରି ଉଲକା ୩୬୧୩ ଭୋଟ ବ୍ୟବଧାନରେ ବିଜୟୀ

କୋରାପୁଟ ଲୋକସଭା ଆସନ; କଂଗ୍ରେସ ପ୍ରାର୍ଥି ସପ୍ତଗିରି ଉଲକା ୩୬୧୩ ଭୋଟ ବ୍ୟବଧାନରେ ବିଜୟୀ

1901

କୋରାପୁଟ ୨୪-୦୫-୧୯ (ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥି ସପ୍ତଗିରି ଉଲକା ୩୬୧୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ଜଣାପଡିଛି।କୋରାପୁଟ, ଲକ୍ଷ୍ମିପୁର, ପଟ୍ଟାଙ୍ଗୀ, ଜୟପୁର, ଗୁଣୁପୁର, ବିଷମକଟକ, ରାୟଗଡା ନିର୍ବାଚନମଣ୍ଡଳୀ ଓ ପୋଷ୍ଟାଲ ପେପରରେ କଂଗ୍ରେସ ପ୍ରାର୍ଥ ଶ୍ରୀ ଉଲକା ୩ ଲକ୍ଷ ୭୧ ହଜାର ୧୨୯ ଟି ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର କୈାଶଲ୍ୟା ହିକକା ୩ ଲକ୍ଷ ୬୭ ହଜାର ୫୧୬ ଟି ଭୋଟ ପାଇ ପରାସ୍ତ ହୋଇଥିଲେ।ବିଜେଡି ପ୍ରାର୍ଥିନୀ ଶ୍ରୀମତୀ ହିକକା ନିଜ ନିର୍ବାଚନ ମଣ୍ଡଳୀ ଲକ୍ଷ୍ମିପୁରରେ କଂଗ୍ରେସ ପ୍ରାର୍ଥିଙ୍କଠାରୁ ୮୧୫୭ଟି ଭୋଟରେ ପଛରେ ରହିଥିଲେ।ବିଜେଡି ପ୍ରାର୍ଥିନୀ ଶ୍ରୀମତୀ ହିକକା ଗୁଣୁପୁର ନିର୍ବାଚନମଣ୍ଡଳୀରେ ୫୨୪୮୨ ଟି ଭୋଟ ପାଇଥିବା ବେଳେ ବିଷମକଟକରେ ୬୬୦୫୯, ରାୟଗଡାରେ ୫୯୬୬୫, ଲକ୍ଷ୍ମିପୁରରେ ୪୧୫୨୬, ଜୟପୁରରେ୫୦୧୦୨, କୋରାପୁଟରେ୪୫୯୧୪ ଓ ପଟ୍ଟାଙ୍ଗୀ ନିର୍ବାଚନମଣ୍ଡଳୀରେ୫୧୦୬୪ ଟି ଭୋଟ ପାଇଥିଲେ।ସେ ପୋଷ୍ଟାଲରେ ୭୦୪ ଟି ଭୋଟ ପାଇଥିଲେ।ସେହିପରି କଂଗ୍ରେସ ପ୍ରାର୍ଥି ଶ୍ରୀ ଉଲକା ଗୁଣୁପୁରରେ୫୩୧୯୮, ବିଷମକଟକରେ୫୬୬୨୭, ରାୟଗଡାରେ୬୬୧୨୭, ଲକ୍ଷ୍ମିପୁରରେ୪୯୭୮୩, ଜୟପୁରରେ୫୦୮୯୭, କୋରାପୁଟରେ୪୩୭୩୩ ଓ ପଟ୍ଟାଙ୍ଗୀରେ ୫୦୦୬୯ ଟି ଭୋଟ ପାଇଥିଲୋ।ପୋଷ୍ଟାଲରେ ୬୯୫ ଟି ଭୋଟ ପାଇଥିଲେ।ବିଜେପି ପ୍ରାର୍ଥି ଜୟରାମ ପାଙ୍ଗୀ ୩ ୟ ସ୍ଥାନରେ ରହିଥିବା ବେଳେ ସମୁଦାୟ ୨୦୮୩୯୮ ଟି ଭୋଟ ପାଇଥିଲେ।

ଆଜି କୋରାପୁଟଠାରେ ନିର୍ବାଚିତ କଂଗ୍ରେସ ପ୍ରାର୍ଥ ଶ୍ରୀ ଉଲକାଙ୍କୁ କୋରାପୁଟରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର କାର୍ଯକାରୀ ସଭାପତି ରାମଚନ୍ଦ୍ର କାଡାମ ଓ ରୁପକ ତୁରୁକ, ଉପସଭାପତି ବାବୁଲା ବେନିଆ, ସାଧାରଣ ସଂପାଦକ ନୃସିଂହ ନାଥ ବେହେରା, ଜିଲ୍ଲା କଂଗ୍ରେସ ଆଦିବାସୀ ସେଲର ସଭାପତି ଅର୍ଜୁନ ବାଙ୍କା, ଜିଲ୍ଲାପରିଷଦ ସଭ୍ୟ ଶୁକ୍ରା ଖରା ପ୍ରମୁଖ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ଜଣେଇଥିଲେ।କଂଗ୍ରେସ କର୍ମିମାନଙ୍କ ପାଇଁ ସେ ନିର୍ବାଚନରେ ସଫଳତା ପାଇଲେ ବୋଲି ଶ୍ରୀ ଉଲକା କୋରାପୁଟଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ।୭ ଟି ନିର୍ବାଚନ ମଣ୍ଡଳୀର ସମସ୍ତ ଗ୍ରାମ ପରିଦର୍ଶନ କରି ରହିଥିବା ସମସ୍୍ୟାର ସମାଧାନ କରିବାକୁ ସେ ଲୋକସଭାରେ ଦାବି ଉପସ୍ଥାପନା କରିବେ ବୋଲି କହିବା ସହ କଂଗ୍ରେସ ବିଧାୟକ ମଧ୍ୟ ବିଧାନସଭାରେ ଦାବି ଉପସ୍ଥାପନା କରିବେ ବୋଲି ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.