Home ଓଡ଼ିଶା କୋରାପୁଟ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର କର୍ମଚାରୀମାନେ ଦିନକର ଦରମା ଦାନ କଲେ

କୋରାପୁଟ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର କର୍ମଚାରୀମାନେ ଦିନକର ଦରମା ଦାନ କଲେ

323

କୋରାପୁଟ ୧୦-୦୫-୧୯ (ଓଡିଆ ପୁଅ/ରଂଜନ କୁମାର ଦାସ)ଫୋନି ବାତ୍ୟା କ୍ଷତିଗ୍ରସ୍ତ ଲୋକମାନଙ୍କର ସହାୟତା ନିମନ୍ତେ କୋରାପୁଟ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯାଳୟର କର୍ମଚାରୀମାନେ ଦିନକର ଦରମା ସିଏମଆରଏଫକୁ ଦାନ କରିଥିବା ଜଣାପଡିଛି। ୧୪ ହଜାର ୯୩୩ ଟଙ୍କାର ଏକ ଚେକ କୋରାପୁଟ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସିଦ୍ଧାର୍ଥ ପଟନାୟକଙ୍କୁ ପ୍ରଦାନ କରିଥିଲେ।ଚେକ ପ୍ରଦାନ ସମୟରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଭାରପ୍ରାପ୍ତ ଅଧିକାରୀ ପ୍ରଧାନ ଟୁଲିଆମା, ଜୟପୁର ଉପଖଣ୍ଡ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ, ଅଲିଭା କୁମାର ବେହେରା, ସନ୍ତୋଷ କୁମାର ସେଠୀ, ମଧୁ ମାଛ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.