Home କୋରାପୁଟ ଏନକାଉଂଟରକୁ ନେଇ ପ୍ରଶ୍ନ ଉଠାଇଲା ସିଏଲସି

ଏନକାଉଂଟରକୁ ନେଇ ପ୍ରଶ୍ନ ଉଠାଇଲା ସିଏଲସି

352

କୋରାପୁଟ ୧୦-୦୫ (ଓଡିଆ ପୁଅ /ରଂଜନ କୁମାର ଦାସ) ପାଡୁଆ ଥାନା କିତୁବା ଜଙ୍ଗଲରେ ପୁଲିସ ଗୁଳିରେ ୫ଜଣ ମାଓବାଦୀ ପ୍ରାଣ ହରାଇଥିବାବେଳେ ଉକ୍ତ ଏନକାଉନଂଟରକୁ ନେଇ ଆନ୍ଧ୍ର ପ୍ରଦେଶର ସିଭିଲ ଲିବେରେସନ କମିଟି ପ୍ରଶ୍ନ ଉଠାଇଛି। ଏହା ଏକ ପ୍ରକୃତ ଏନକାଉଂଟର ନା ଫେକ ଏନକାଉଂଟର ତାର ଅନୁଧ୍ୟାନ କମିଟି ପକ୍ଷରୁ କରା ଯାଇ ପରବର୍ତି ପଦକ୍ଷେପ ନିଆଯିବ ବୋଲି ସିଭିଲ ଲିବେରେସନ କମିଟିର ଆନ୍ଧ୍ରପ୍ରଦେଶ ରାଜ୍ୟ ସଭାପତି ଭି.ଚିଟ୍ଟିବାବୁ ଗଣ ମାଧ୍ୟମକୁ କହିଛନ୍ତି। ପୁଲିସ ଗୁଳିରେ ମୃତ ମାଓ ନେତ୍ରୀ ଡିଭିଜନାଲ କମିଟି ମେମ୍ବର ଭେଙ୍କେଟ କାମେଶ୍ୱରୀ ପୁଲେପୁ ଓରଫ ସ୍ୱରୂପାର ମୃତ ଦେହ ନେବାକୁ ପରିବାର ଲୋକଙ୍କ ସହିତ କୋରାପୁଟ ଆସିଥିବାବେଳେ କମିଟିର ସଦସ୍ୟ ମାନେ ଏପରି ପ୍ରତିକ୍ରିୟା ରଖିଛନ୍ତି। କାମେଶ୍ୱରୀଙ୍କ ଝିଅ ଓ ଭଉଣୀ ସହିତ ସିଭିଲ ଲିବେରେସନର କମିଟିର ସଭାପତି ଚିଟ୍ଟିବାବୁ, ସହ-ସମ୍ପାଦକ ଏନ.ଶ୍ରୀମାନ ନାରାୟଣ, କମିଟି ସଦସ୍ୟ ଜି.ରଘୁରାମ,  ଏବିଏମଏସ ସଦସ୍ୟ ଏଲ, କଣ୍ଡେଲ ରାଓ ପ୍ରମୁଖ ଡିଭିଏଫ-ଏସଓଜି ଯବାନଙ୍କ ଏନକାଉଂଟରକୁ ସହଜରେ ଗ୍ରହଣ କରି ପାରୁନଥିବା ଗଣ ମାଧ୍ୟମକୁ କହିଛନ୍ତି। ଖୁବ କମ ଦିନ ଭିତରେ ଏକ ଫେକ୍ଟ ଫାଇଣ୍ଡିଂ ଟିମ୍ ଘଟଣା ସ୍ଥଳ ପରିଦର୍ଶନ କରି ସତ୍ୟାସତ୍ୟ ଅନୁସନ୍ଧାନ କରିବା ପରେ କମିଟି ପକ୍ଷରୁ ଉପଯୁକ୍ତ କାର୍ଯ୍ୟପନ୍ଥା ଗ୍ରହଣ କରା ଯିବ ବୋଲି ସିଏଲସି ସଭାପତି ଭି.ଚିଟ୍ଟିବାବୁ ସୂଚନା ଦେଇଥିଲେ। ଅନେକ ସ୍ଥାନରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆଗ୍ରହୀ ଥିବା ମାଓବାଦୀଙ୍କୁ ହତ୍ୟା କରି ପୁଲିସ୍ ଏନକାଉନଂଟର ରୂପ ଦେଉଥିବା କମିଟି ଅଭିଯୋଗ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.