Home କେନ୍ଦ୍ରାପଡ଼ା କେନ୍ଦ୍ରାପଡା ଜିଲ୍ଲାରେ ନିଯୁକ୍ତ ଓଡିଶା ରାଜସ୍ୱସେବା ଅଧିକାରୀଙ୍କୁ ତାଲିମ ପ୍ରଦାନ

କେନ୍ଦ୍ରାପଡା ଜିଲ୍ଲାରେ ନିଯୁକ୍ତ ଓଡିଶା ରାଜସ୍ୱସେବା ଅଧିକାରୀଙ୍କୁ ତାଲିମ ପ୍ରଦାନ

74

କେନ୍ଦ୍ରାପଡା, ୭/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ଜିଲ୍ଲାରେ ନିଯୁକ୍ତ ପଦୋନ୍ନତି ପାଇଥିବା ୧୦ଜଣ ଓଡିଶା ରାଜସ୍ୱ ସେବା ଅଧିକାରୀଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗୀୟ ତାଲିମ ପ୍ରଦାନ କରାଯାଇଛି। ବୁଧବାର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଉପନିର୍ଦେଶକ ଚନ୍ଦ୍ରକାନ୍ତ ନାୟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସୱାନ ସମ୍ମିଳନୀ କକ୍ଷରେ ୨୦୧୮ ବ୍ୟାଚର ୪ଜଣ ଓ ୨୦୧୯ ବ୍ୟାଚର ୬ଜଣ ଓଡିଶା ରାଜସ୍ୱ ସେବା ଅଧିକାରୀଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ରାଜ୍ୟ ସରକାରଙ୍କ ପ୍ରଚାରପ୍ରସାର ସେବା ମାଧ୍ୟମରେ ବିଭିନ୍ନ ଜନକଲ୍ୟାଣ ଯୋଜନାର ସଫଳ ରୂପାୟନ ସମ୍ବଦ୍ଧରେ ତାଲିମ ପ୍ରଦାନ କରିଥିଲେ। ଏହି ତାଲିମରେ ୨୦୧୮ ବ୍ୟାଚର ଓଡିଶା ରାଜସ୍ୱ ସେବା ଅଧିକାରୀ ଅଶୋକ କୁମାର ବେହେରା, ପ୍ରଫୁଲ୍ଲ କୁମାର ବରାଳ, ପ୍ରଦୀପ୍ତ କୁମାର ସେଠୀ, ଅଭୟ କୁମାର ପ୍ରତିହାରୀ ଯୋଗଦେଇଥିବା ବେଳେ ୨୦୧୯ ବ୍ୟାଚର ଜୟନ୍ତ କୁମାର ରାଉତରାୟ, ଅନ୍ନଦା ପ୍ରସାଦ ରାଉତ, ଅଶୋକ କୁମାର ମହାନ୍ତି, ରଞ୍ଜନ କୁମାର ମହାନ୍ତି, ଶାସ୍ୱତ କୁମାର ପଟ୍ଟନାୟକ, ବିକ୍ରମ କୁମାର ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ। ବିଭାଗୀୟ ଉପନିର୍ଦେଶକ ଶ୍ରୀ ନାୟକ ସରକାର ଓ ଜନସାଧାରଣଙ୍କ ମଧ୍ୟରେ କିପରି ଯୋଗସୁତ୍ର ରକ୍ଷାକରିବା, ସରକାରୀ ସଭାସମିତି, ବରପୁତ୍ରମାନଙ୍କର ଜୟନ୍ତୀ, ଜାତୀୟ ଓ ରାଜ୍ୟ ସ୍ତରୀୟ ଦିବସ ପାଳନ କରିବା, ରାଜ୍ୟ ସରକାରଙ୍କ ସଫଳତା ଜନତାଙ୍କ ନିକଟରେ ବିଭିନ୍ନ ଗଣମାଧ୍ୟମ ସହାୟତାରେ ପହଁଚାଇବା, ଜାତୀୟ ଓ ରାଜ୍ୟ ବିପର୍ଯ୍ୟୟ ସମୟରେ ଜନତାଙ୍କୁ ସଚେତନତା କରିବା ସହ ଆଇନ ଶୃଙ୍ଖଳା ରକ୍ଷା କରିବା, ପାଲା ଦାସକାଠିଆ ମାଧ୍ୟମରେ ସଫଳତା ରୂପରେଖ ଓ ସଚେତନତା ବାର୍ତ୍ତା ଦେବା, ସଫଳ କାହାଣୀକୁ ଖବରକାଗଜ ମାଧ୍ୟମରେ ଓ ରାଜ୍ୟ ସରକାରଙ୍କ ମୁଖପତ୍ର ଉତ୍କଳ ପ୍ରସଙ୍ଗରେ ଛାପାଇବା, ସାମ୍ବାଦିକମାନଙ୍କୁ ବୀମା ଯୋଗାଇବା, ରାଜ୍ୟ ସ୍ତରୀୟ ସାମ୍ବାଦିକ ମଙ୍ଗଳ ପାଣ୍ଠିରୁ ପାଣ୍ଠି ଯୋଗାଇବା, ସଂସ୍କୃତି ବିଭାଗର କାର୍ଯ୍ୟାଧାରା ସହ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଏବଂ କଳାକାର ଡାଟାବେଶ ସମ୍ପର୍କରେ ସୂଚନା ଦେବା ସହ ବର୍ତ୍ତମାନ ବିଶ୍ୱ ମହାମାରୀ କୋଭିଡ-୧୯ ଜନସଚେତନତା ବାର୍ତ୍ତା ସମ୍ପର୍କରେ ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଏହି ତାଲିମ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.