Home ଓଡ଼ିଶା କେନ୍ଦ୍ରାପଡା, ଜଗତସିଂହପୁର ଓ କଟକ ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ଆସନ୍ତା କାଲି ଠାରୁ ରିଲିଫ...

କେନ୍ଦ୍ରାପଡା, ଜଗତସିଂହପୁର ଓ କଟକ ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ଆସନ୍ତା କାଲି ଠାରୁ ରିଲିଫ ବଣ୍ଟନ ପାଇଁ ନିର୍ଦ୍ଦେଶ

635

ଭୁବନେଶ୍ୱର ୬-୫ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକ ଜିଲ୍ଲାର ବାତ୍ୟା ପରବର୍ତ୍ତୀ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ସମୀକ୍ଷା କରିଥିଲେ। ଉପରୋକ୍ତ ଜିଲ୍ଲାମାନଙ୍କରେ ବିଦ୍ୟୁତ ଓ ଜଳଯୋଗାଣ ପରିସ୍ଥିତି ଏବଂ ରିଲିଫ ଯୋଗାଣ ସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଘୋଷଣା କରାଯାଇଥିବା ରିଲିଫ ପ୍ୟାକେଜ ଅନୁଯାୟୀ ଆସନ୍ତାକାଲି ଠାରୁ ରିଲିଫ ବଣ୍ଟନ କାର୍ଯ୍ୟ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ୩ ଦିନ ମଧ୍ୟରେ ରିଲିଫ ବଣ୍ଟନ କାର୍ଯ୍ୟ ଶେଷ କରାଯିବ। ରିଲିଫ ବଣ୍ଟନ ସମୟରେ ରାଜନୈତିକ ଦଳ ପ୍ରଭାବରୁ ମୁକ୍ତ ରହି ସଂପୂର୍ଣ୍ଣ ସ୍ଵଚ୍ଛ ଭାବରେ ପ୍ରତ୍ୟେକ NFSA କାର୍ଡଧାରୀ ମାନଙ୍କୁ ରିଲିଫ ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉପରୋକ୍ତ ୩ଟି ଜିଲ୍ଲାରେ ଜଳଯୋଗାଣ ପରିସ୍ଥିତିରେ ଉନ୍ନତି ଆସିଥିବା ବେଳେ କେନ୍ଦ୍ରାପଡାରେ ଆସନ୍ତା ୩ ଦିନ ମଧ୍ୟରେ ଏବଂ ଜଗତସିଂହପୁରରେ ଏକ ସପ୍ତାହ ମଧ୍ୟରେ ବିଜୁଳି ଯୋଗାଣ ସ୍ବାଭାବିକ ହେବ ବୋଲି ବୈଠକରୁ ଜଣାଯାଇଛି। କଟକରେ ବିଦ୍ୟୁତ ଭିତ୍ତିଭୂମିର ପୁନରୁଦ୍ଧାର କାର୍ଯ୍ୟ ଆଗେଇ ଚାଲିଛି ଏବଂ ଖୁବଶୀଘ୍ର ପରିସ୍ଥିତି ସ୍ବାଭାବିକ ହେବ ବୋଲି ବୈଠକରେ ଜିଲ୍ଲାପାଳ ସୂଚନା ଦେଇଥିଲେ।

 

ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଉପରୋକ୍ତ ୩ଟି ଜିଲ୍ଲା ଦାୟିତ୍ବରେ ଥିବା ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.