Home ଓଡ଼ିଶା କାନ୍ଥ ପଡି ୨ମୃତ, ଜଣେ ଗୁରୁତର

କାନ୍ଥ ପଡି ୨ମୃତ, ଜଣେ ଗୁରୁତର

94

ଯାଜପୁର, ୨୫/୬ (ଓଡ଼ିଆ ପୁଅ/ମାନସ ରାଉତ) ଯାଜପୁର ଜିଲ୍ଲା ଧର୍ମଶାଳା ଥାନ ଅନ୍ତର୍ଗତ ବାଲିପାଟଣା କୁଳାଙ୍ଗ ଗ୍ରାମରେ କାନ୍ଥ ପଡି ସୋମବାରଦିନ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ଖବର ମୁତାବକ କୁଳାଙ୍ଗ ଗ୍ରାମର ବନମାଳୀ ସାହୁଙ୍କ ପୁରୁଣା ମାଟି ଘର ଭାଙ୍ଗିବାକୁ ବାଲିପାଟଣା ଗ୍ରାମର ଚନ୍ଦନ ଲେଙ୍କା(୨୬) ଏବଂ ବିଷ୍ଣୁ ନାଥଙ୍କ ପୁଅ ପଂଚୁଆ ନାଥ (୨୬) ଆସି ପଂହିଥିବା ପରେ ଉଭୟ ଏବଂ ଘରର ମାଲକ ବନମାଳୀ ମିଶି ଘର ଭାଙ୍ଗୁଥିଲେ। ଏହି ସମୟରେ ଘରର କାନ୍ଥ ସେମାନଙ୍କ ଊପରେ ବୁଷୁଡି ପଡିଥିଲା। ଫଳରେ ଘଟଣାସ୍ଥଳରେ ସେମାନେ ଚାପି ହୋଇଯାଇଥିଲେ। ପରିବାର ଲୋକେ ଏବଂ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭତ୍ତି କରିଥିବା ବେଳେ ସେଠାରେ ଡାକ୍ତର ବନମାଳୀ (୬୦) ଏବଂ ଏବଂ ଚନ୍ଦନଙ୍କୁ ମୃତ ଘୋଷଣା କରିଥିଲେ। ଉଭୟ ଗରିବ ପରିବାରର ହୋଇଥିବା ବେଳେ ସେମାନଙ୍କୁ ତୁରନ୍ତ ସରକାରୀ ସାହାର୍ଯ୍ୟ ଯୋଗାଇଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.