Home ଜିଲ୍ଲା ପରିକ୍ରମା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ସ୍ୱତନ୍ତ୍ର ସମ୍ମାନ ଦାବିରେ ଧାରଣା

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ସ୍ୱତନ୍ତ୍ର ସମ୍ମାନ ଦାବିରେ ଧାରଣା

219

ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଇପାସ୍ ଛକରେ ଥିବା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ଦୀର୍ଘଦିନ ହେବ ଗାଏବ ହୋଇଯାଇଛି । ବହୁଦିନ ଧରି ପ୍ରତିମୂର୍ତ୍ତିର ଖମ୍ବ ଭଙ୍ଗା ଅବସ୍ଥାରେ ପଡିରହିଥିବାବେଳେ ଏଥିପ୍ରତି ପ୍ରଶାସନ ନଜର ଦେଉନଥିବା ଅଭିଯୋଗ ହୋଇଆସୁଛି । ପ୍ରତିମୂର୍ତ୍ତି ସ୍ଥାପନ ଦାବିରେ ଆଜି ବାଇପାସ୍ ଛକରେ ଥିବା ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଭଙ୍ଗା ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଥିଲେ ସମାଜସେବୀ ଲକ୍ଷ୍ମୀଧର ବିଶ୍ୱାଳ । ରାଜ୍ୟ ତଥା ଦେଶଡର ଗର୍ବ ଓ ଗୌରବ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ନିଜ ଜିଲାରେ ଉପେକ୍ଷାହ କରାଯିବା ଘଟଣାକୁ ନେଇ ଜିଲାରେ ତୀବ୍ର ନିନ୍ଦା କରାଯାଇଛି । ଏହି ମହାନ୍ ବ୍ୟକ୍ତିତ୍ୱଙ୍କ ଦ୍ୱାରା ରଚୟିତ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ କିଛିଦିନ ତଳେ କରୋନା ଯୋଦ୍ଧାଙ୍କ ସମ୍ମାନ ଜଣାଇବା ପାଇଁ ସାରାହ ରାଜ୍ୟବାସୀଙ୍କ ପକ୍ଷରୁ ଗାନ କରାଯାଇଥିଲା । କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ଜିଲାରେ ମଧ୍ୟ ଏହି ସଂଗୀନ ଗାନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । କିନ୍ତୁ ପରିତାପର ବିଷୟ ଜିଲା ପ୍ରଶାସନ ଭୁଲିଯାଇଥିଲା, ଯେ ଆମେ ଯେଉଁ ସଂଗୀତ ଗାନ କରୁଛନ୍ତି, ସେ ବ୍ୟକ୍ତିତ୍ୱ ଆମ ଜିଲାର ସନ୍ତକ । କିନ୍ତୁ କେଉଁ ପରିସ୍ଥିତିରେ ଖୋଦ୍ ନିଜ ଜିଲାରେ ଏହି ମହାନ୍ ବ୍ୟକ୍ତିତ୍ୱଙ୍କୁ ଅସମ୍ମାନ କରାଗଲା, ତାକୁ ନେଇ ଉଠିଛି ପ୍ରଶ୍ନ । ବହୁବାର ବିଭିନ୍ନ ସଂଗଠନ ଓ ଗଣମାଧ୍ୟମରେ ଏ ନେଇ ପ୍ରତିବାଦ କରାଯାଇଥିଲେ ମଧ୍ୟ ଜିଲା ପ୍ରଶାସନ ଏଥିପ୍ରତି ସାମାନ୍ୟ ଗୁରୁତ୍ୱ ଦେଉନାହିଁକି ପ୍ରତିମୂର୍ତ୍ତି କାମ ଆରମ୍ଭ କରୁନି । ଯଦି ଆଗାମୀ ୭ ଦିନ ମଧ୍ୟରେ ବାଇପାସ୍ ଠାରେ କାନ୍ତକବିଙ୍କ ପ୍ରତିମୂର୍ତ୍ତି ତିଆରି ହୋଇନଥିବ ତାହେଲେ ଭଦ୍ରକ ଜିଲାରେ ସାଧାରଣ ଜନତା ଆନ୍ଦୋଳନକୁ ବ୍ୟାପକ କରିବେ ବୋଲି କହିଛନ୍ତି ସମାଜସେବୀ ଲକ୍ଷ୍ମୀଧର ବିଶ୍ୱାଳ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.