Home ଜିଲ୍ଲା ପରିକ୍ରମା ଅସୁରାଳିରେ ୪୮ ଘଣ୍ଟା ସଟ୍‌ଡାଉନ୍‌

ଅସୁରାଳିରେ ୪୮ ଘଣ୍ଟା ସଟ୍‌ଡାଉନ୍‌

181

ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରପଞ୍ଚ ବ୍ୟବହାର କଲେ ଜିଲାପାଳ କ୍ଷମତା । ସଂକ୍ରମଣରୁ ନିଜ ଅଂଚଳ ବାସିନ୍ଦାଙ୍କୁ ରକ୍ଷା କରିବା ପାଇଁ ବଜାରକୁ ୪୮ ଘଣ୍ଟା ପାଇଁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି । ୧ ତାରିଖ ସକାଳ ଠାରୁ ଆସନ୍ତା ୩ ତାରିଖ ସକାଳ ୮ ଘଟିକା ପର୍ଯ୍ୟନ୍ତ ଭଦ୍ରକ ଜିଲା ଅସୁରାଳି ବଜାରକୁ ସଟଡାଉନ୍ ଘୋଷଣା କରାଯାଇଛି । ନିକଟସ୍ଥ ପଂଚାୟତରେ ଜଣେ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ସେହି ବ୍ୟକ୍ତି ଜଣକ ଗତ ଦୁଇଦିନ ଧରି ଅସୁରାଳି ବଜାର ବୁଲିବା ସହ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି । ତେଣୁ ଏହାଦ୍ୱାରା ଅଧିକ ସଂକ୍ରମଣ ଆଶଙ୍କା କରି ସରପଞ୍ଚ ଜିଲାପାଳଙ୍କ କ୍ଷମତା ବ୍ୟବହାର କରି ଅସୁରାଳି ବଜାରକୁ ୪୮ ଘଣ୍ଟା ପାଇଁ ସଂପୂର୍ଣ୍ଣ ସଟଡାଉନ୍ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.