Home ଆନ୍ତର୍ଜାତୀୟ କଶ୍ମୀର ପ୍ରସଙ୍ଗରେ କ’ଣ ମନ୍ତବ୍ୟ ରଖିଲେ ଟ୍ରମ୍ପ

କଶ୍ମୀର ପ୍ରସଙ୍ଗରେ କ’ଣ ମନ୍ତବ୍ୟ ରଖିଲେ ଟ୍ରମ୍ପ

473

ନୂଆଦିଲ୍ଲୀ, ୨।୮, (ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ପୁଣି ନିଜର ବୟାନ ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଯାହା ଏବେ ସ୍ବଳ୍ପ ମାତ୍ରାରେ ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ଟ୍ରମ୍ପ କହିଛନ୍ତି ଯେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଦି ଚାହାନ୍ତି ତାହେଲେ ପାକିସ୍ତାନ ସହ ଆମେରିକା ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ ଅଛି।ଏଥ ଏଥିପାଇଁ ଦୁଇ ଦେଶ ଗୋଟିଏ ପ୍ଲାଟଫର୍ମକୁ ଆସିବା ଉଚିତ୍। ପରେ ମଧ୍ୟସ୍ଥତା ହେବ କି ନାହିଁ, ତାହା ମୋଦିଙ୍କ ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି। ତେବେ ଭାରତ ସହ ମଧ୍ୟସ୍ଥତା କରିବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ମୋତେ ପରାମର୍ଶ ଦେଇଥିଲେ ବୋଲି ଟ୍ରମ୍ପ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘଦିନ ଧରି କାଶ୍ମୀରକୁ ନେଇ ଚାଲିଥିବା ସମସ୍ୟା ଉପରେ ପାକିସ୍ତାନ ସହ ମଧ୍ୟସ୍ଥତା କରିବା ପ୍ରସ୍ତାବକୁ ପୂର୍ବରୁ ବିରୋଧ କରିଥିଲା ଭାରତ। ଏହା କେବଳ ଦ୍ୱିପାକ୍ଷିକ ମାମଲା ବୋଲି ଭାରତ କହିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.