Home ଅପରାଧ ପୁଲିସ ହାତରେ ଖଣି ମାଫିଆ

ପୁଲିସ ହାତରେ ଖଣି ମାଫିଆ

99

ଖୋର୍ଦ୍ଧା, ୦୨/୦୮, (ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ପୁଣି ଖୋର୍ଦ୍ଧା ପଥର ଖଣିରେ ଚଢ଼ାଉ। ଚଢ଼ାଉ କରି ଜଣକୁ ଗିରଫ କରିଛି ଏସ୍‌ଟିଏଫ୍‌କରିଛି। ଖୋର୍ଦ୍ଧାରେ ବେଆଇନ୍‌ଖଣି କାରବାର ଚାଲିଥିବା ଖବର ପରେ ଏବେ ଜଣକୁ ଗିରଫ କରାଯାଇଛି। ଗିରଫ ଖଣି ମାଫିଆ ଜଣକ ହେଲା ସରୋଜ କହଲସିଂ ଓରଫ ନାଲିଆ ବୋଲି ସୂଚନା ମିଳିଛି।

ତେବେ ପୂର୍ବରୁ ସରୋଜ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ଏହାସହ ସରୋଜ ନାଁରେ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଓ କାରବାର କରିବା ଅଭିଯୋଗ ରହିଛି। ଅନେକ ଦିନ ହେବ ଏସ୍‌ଟିଏଫ୍ ତାକୁ ଗିରଫ କରିବା ପାଇଁ ଖୋଜୁଥିଲା। ତେବେ ସରୋଜକୁ ଗିରଫ କରି ପୋଲିସ ଖୋର୍ଦ୍ଧା SDJMଙ୍କ କୋର୍ଟରେ ଆଜି ହାଜର କରିବ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.