Home ଜିଲ୍ଲା ପରିକ୍ରମା କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

62

ରାଉରକେଲା ୨୩-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ନବକୃଷ୍ଣନଗରସ୍ଥିତ ସୋନାପର୍ବତ ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ପ୍ରତିଭା କୁମାରୀ ମହାପାତ୍ରଙ୍କ ସଭାପତିତ୍ୱରେ ଆଜି ବିଦ୍ୟାଳୟର କର୍ମଚାରୀ ଉମାକାନ୍ତ ସାମଲଙ୍କୁ ବିଦ୍ୟାଳୟ ପରିସରରେ ଏକ ଭାବ ବିହ୍ୱଳ ପରିବେଶ ମଧ୍ୟରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି।। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ଓ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବକ୍ତାମାନେ ଶ୍ରୀ ସାମଲଙ୍କ କାର୍ଯ୍ୟଶୈଳୀ, କର୍ତବ୍ୟନିଷ୍ଠା, ସମୟାନୁବର୍ତିତା, ତ୍ୟାଗ, ନିଷ୍ଠା ସର୍ବୋପରି ଛାତ୍ରଛାତ୍ରୀଙ୍କ ପ୍ରତି ତାଙ୍କର ସ୍ନେହ, ଶ୍ରଦ୍ଧା ଓ ସହାନୁଭୁତି ଏବଂ ସହକର୍ମୀଙ୍କ ପ୍ରତି ଅମାୟିକ ବ୍ୟବହାର ଉପରେ ବର୍ଣ୍ଣନା କରିଥିଲେ। ବିଦ୍ୟାଳୟର ଆରମ୍ଭରୁ ଅନୁଷ୍ଠାନ ପ୍ରତି ତାଙ୍କର ଅବଦାନକୁ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀମାନେ ସ୍ମରଣ କରି ତାଙ୍କର ଭବିଷ୍ୟତର ମଙ୍ଗଳ କାମନା କରିଥିଲେ। ପ୍ରତ୍ୟୁତରରେ ଶ୍ରୀ ସାମଲ ତାଙ୍କ ବକ୍ତବ୍ୟ ମାଧ୍ୟମରେ ବିଦ୍ୟାଳୟର ଶିକ୍ଷକ ତଥା ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନଙ୍କ ଠାରୁ ଯେଉଁ ସମ୍ମାନ, ସହଯୋଗ, ପ୍ରେରଣା ପାଇଛନ୍ତି ତାହା ଅଭୁଲା ସ୍କୃତି ହୋଇ ରହିବ ବୋଲି କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.