Home ଜିଲ୍ଲା ପରିକ୍ରମା ସଂସ୍କୃତ ଦିବସ ସମାରୋହ ସାମିଲ ହେଲେ ଛାତ୍ରଛାତ୍ରୀ

ସଂସ୍କୃତ ଦିବସ ସମାରୋହ ସାମିଲ ହେଲେ ଛାତ୍ରଛାତ୍ରୀ

158

ରାଉରକେଲା ୨୩-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ସାରନଗରୀସ୍ଥିତ ଆଦର୍ଶ ବିଦ୍ୟା ମନ୍ଦିରରେ ସଂସ୍କୃତ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ସଭାପତି ଡ଼ାକ୍ତର ଫକୀର ଚରଣ ହୋତା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉତ୍ସବକୁ ଉଦ୍ ଘାଟନ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶୈବାଳିନୀ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ। ବିଦ୍ୟାଳୟର ସମ୍ପାଦକ ଅନନ୍ତ କୁମାର ଜେନା ମଂଚ ପରିଚାଳନା କରିବା ସହିତ ସଂସ୍କୃତ ଶିକ୍ଷକ ସୁମନ୍ତ କୁମାର ପଣ୍ଡା ସଂସ୍କୃତ ଦିବସ ଉଦ୍ଦେଶ୍ୟ ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ମୁଖ୍ୟ ଅତିଥି ଭାବେ ବେଦବ୍ୟାସ ଗୁରୁକୁଳ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀନିବାସ ପାଠଶର୍ମା, ସ୍ୱାମୀ ଅଗ୍ନିବାବା ଓ ସର୍ବେଶ୍ୱର ଦାଶ ଯୋଗ ଦେଇ ପିଲାମାନଙ୍କୁ ସଂସ୍କୃତ ଭାଷା ଏକ ଦେବ ଭାଷା ଓ ଏହାର ମହତ୍ୱ ଓ ମଧୁରତା ତଥା ଆମ ସଂସ୍କୃତ୍ ି ବିଷୟରେ ଆଲୋକପାତ କରିଥିଲେ। ଉତ୍ସବରେ ବିଶ୍ରାବ୍ଲକ ଏବିଇଓ କିଶୋର ଚନ୍ଦ୍ର ଦାଶ ଯୋଗ ଦେଇ ପିଲାମାନଙ୍କୁ ବିଭିନ୍ନ ଶ୍ଲୋକ ମାଧ୍ୟମରେ ଆକୃଷ୍ଟ କରିଥିଲେ। ସମାରୋହରେ ଶକ୍ତିନଗର ହାଇସ୍କୁଲର ପ୍ରଧାନଶିକ୍ଷକ ରଶ୍ମିତ ସାହାଣୀ, ଡ଼ିଭାଇନ ଲାଇଫ ଏକାଡ଼େମୀର ପ୍ରଧାନଶିକ୍ଷକ ରମାକାନ୍ତ ମଲ୍ଲିକ, ଓଏସଏପି ହାଇସ୍କୁଲର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ନାୟକ, ଜବାଘାଟ ହାଇସ୍କୁଲର ପ୍ରଧାନଶିକ୍ଷକ ହିମାଦ୍ରୀ ମହନ୍ତ ଯୋଗ ଦେଇ ସଂସ୍କତ ଓ ଆମ ସଂସ୍କୃତି ଉପରେ ପିଲାମାନଙ୍କୁ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ବେଦ ମନ୍ତ୍ର, ଗୀତା ଓ ସଂସ୍କୃତି ଶ୍ଲୋକ ଗାନ କରାଯାଇଥିଲା। ସଂସ୍କୃତରେ ସଙ୍ଗୀତ, ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ମଂଚାସୀନ ଅତିଥି ପୁରସ୍କାର ବିତରଣ କରିଥିଲେ। ଗତ ୨୦୧୮-୧୯ ବୋର୍ଡ଼ ପରୀକ୍ଷାରେ ସଂସ୍କୃତରେ ୯୦ପ୍ରତିଶତ ମାର୍କ ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲାା ଉତ୍ସବରେ ସୁଶ୍ରୀ ସୁପ୍ରିୟା ମେହର ଓ ନେହା ଶର୍ମାଙ୍କୁ ସଂସ୍କୃତ ମେଧା ସମ୍ମାନରେ ସମ୍ମାନୀତ କରିବା ସହିତ ସ୍ୱସ୍ତିକା ମିଶ୍ର, ଉନ୍ମିଶା ନାୟକ ଓ ଅଙ୍କିତା ମହାନ୍ତି ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି.ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷକ ଗୌତମ ପ୍ରଧାନ, ବି.ଏନ ସାହୁ ସମେତବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟବୃନ୍ଦ, ଶିକ୍ଷକ, ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.