Home ଓଡ଼ିଶା କରୋନା ଯୁଦ୍ଧା ସବଇନିସପେକ୍ଟର ଙ୍କ ବଦାନ୍ୟତା,୪୧ଡିଗ୍ରୀ ଖରାରେ ଡହଳ ବିକଳ ହେଉଥିବା ଭିନ୍ନକ୍ଷମ ବୃଦ୍ଧାଙ୍କୁ ନିଜ...

କରୋନା ଯୁଦ୍ଧା ସବଇନିସପେକ୍ଟର ଙ୍କ ବଦାନ୍ୟତା,୪୧ଡିଗ୍ରୀ ଖରାରେ ଡହଳ ବିକଳ ହେଉଥିବା ଭିନ୍ନକ୍ଷମ ବୃଦ୍ଧାଙ୍କୁ ନିଜ ହାତରେ ଖାଦ୍ୟ ଖୁଆଇଲେ

320

ମାଲକାନଗିରି,୨୮ା୪ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ର ଆତଙ୍କ ଦେଖାଦେଇ ଲକ ଡାଉନ ପରିସ୍ଥି୍‌ିତି ସୃଷ୍ଟି ହୋଇଥିବା ବେଳେ ୪୧ଡିଗ୍ରୀ ଖରାରେ ପାଣି ଟୋପାଏ ପାଇଁ ଡହଳବିକଳ ହେଉଥିବା ଜଣେ ଭିନ୍ନକ୍ଷମ ବୃଦ୍ଧା ଙ୍କୁ ନିଜହାତରେ ଖାଦ୍ୟଖୁଆଇ ମାନବିକତାର ପରିଚୟ ଦେଇଛନ୍ତି କରୋନା ଯୋଦ୍ଧା ମାଲକାନଗିରି ଥାନାର ମହିଳା ସବ୍ ଇନିସପେକ୍ଟର ଶୁଭଶ୍ରୀ ନାୟକ । ଲକ ଡାଉନ ପାଇଁ ମାଲକାନଗିରି ପୁରଣା ହସପିଟାଲ ଛକ ଠାରେ ମାଲକାନଗିରି ଥାନା ପକ୍ଷରୁ ଅସ୍ଥାୟୀ ପୁଲିସ କ୍ୟାମ୍ପଖୋଲା ଯାଇଛି । ଆଜି ମାଲକାନଗିରି ରେ ତାପମାତ୍ରୀ ୪୧ ଡିଗ୍ରୀରୁ ଉର୍ଦ୍ଦ ଥାଇ ପ୍ରବଳ ଖରା ହେଉଥିବା ବେଳେ ସେହି ରାସ୍ତାରେ ଦିନ ୧୨ ଟା ସମୟରେ ନିଜ ଘରକୁ ଯାଉଥିବା ଜଣେ ଭିନ୍ନକ୍ଷମ ବୃଦ୍ଧା ଙ୍କୁ ଭୋକ ଓ ଶୋଷ ଲାଗିବାରୁ ରାସ୍ତାକଡରେ ଥିବା ଏକ ନଳକୁପରୁ ପାଣି ଟୋପାଏ ପିଇବା ପାଇଁ ଚେଷ୍ଠାକରି ସେଠାରେ ପଡି ଯାଇଥିଲେ । ସେଠାରେ ଲକ ଡାଉନ ପାଇଁ ଡିୟୁଟି କରୁଥିବା ମହିଳା ସବଇନିସ୍ପେକ୍ଟର ଶୁଭଶ୍ରୀ ନାୟକ ଏହା ଦେଖି ସଙ୍ଗେ ସଙ୍ଗେ ସେହି ବୃଦ୍ଧାଙ୍କ ନିକଟକୁ ଯାଇ ତାଙ୍କୁ ଉଠାଇ ନିଜ ପାଣ ିବୋତଲରୁ ପାଣିପିଆଇ ଦେଇଥିଲେ । ତାଙ୍କୁ ନିକଟସ୍ଥ ଏକ ଦୋକାନ ବାରଣ୍ଡାକୁ ଟେକି ନେଇ ସେଠାରେ ବସାଇ ତାଙ୍କର ମୁହଁ, ହାତ ଗୋଡ ପାଣିରେ ଧୋଇ ସାନିଟାଇଜର ଲଗାଇ ତାଙ୍କୁ ପରିସ୍କାର ପରିଛନ୍ନ କରି ବସାଇଥିଲେ । ଭିନ୍ନକ୍ଷମ ବୃଦ୍ଧାଜଣଙ୍କୁ ଭୋକଉଥିବାର ଜାଣିପାରି ନିକଟରେ ଥିବା ଏକ ଫଳ ଦୋକାନରୁ କିଛିକଦଳୀ ନେଇ ଚକଟି ନିଜ ହାତରେ ତାଙ୍କୁ ଖୁଆଇ ଦେଇ ମାଜାଥଣ୍ଡା ପାନୀୟ ପିଆଇ ଦେଇଥିଲେ । ସେହି ବୃଦ୍ଧାଜଣଙ୍କ ଖାଇସାରି ଶାନ୍ତିରେ ନିଶ୍ବାସ ମାରିବା ପରେ ତାଙ୍କ ମୁହଁରେ ମାସ୍କ ପିନ୍ଧାଇ ଖରାରେ ନବୁଲିବା ପାଇଁ ପରାମର୍ଶ ଦେଇ ସେ ରହୁଥିବା ସ୍ଥାନରେ ନେଇ ଛାଡିଦେଇଥିଲେ । ଠିକ ସେହିପରି ଗତକିଛି ଦିନ ତଳେ ୪୨ଡିଗ୍ରୀ ତାପମାତ୍ରାରେ ପଦ୍ମଗିରି ଛକ ଠାରେ ଏହି ମହିଳା ସବଇନିସ୍ପେକ୍ଟର ଡିୟୁଟି କରୁଥିବା ସମୟରେ ସେଠାରେ ଜଣେ ଭୋକିଲା ବୃଦ୍ଧାଙ୍କୁ ନିଜର ମଧ୍ୟାହ୍ନର ଖାଦ୍ୟଦେଇ ବଦାନ୍ୟତା ଦେଖାଇଥିଲେ । ସଭ୍ୟଶିକ୍ଷିତ ସମାଜରେ ନିଜ ବୃଦ୍ଧ ପିତା ମାତାଙ୍କୁ ପୁଅ ବୋହୁ ଅଣଦେଖା କରୁଥିବା ବେଳେ କରୋନା ଲକ ଡାଉନ ସମୟରେ ଦିନ ରାତି ଜନସାଧରଣଙ୍କୁ ସୁରକ୍ଷା ଯୋଗାଇ ଦେଉଥିବା ମହିଳା ସବଇନିସପେକ୍ଟର ନିଜ କାର୍ଯ୍ୟ ସୁଚାରୁଭାବେ ତୁଲାଇ ଜଣେ ଗରିବ ଆଦିବାସୀ ଭିନ୍ନକ୍ଷମ ବୃଦ୍ଧାଙ୍କୁ ମା ଭାବି ସ୍ନେହ ଦେଇ ନିଜ ଝିଅ ଭଳି ହାତରେ ଖୁଆଦେବା ଘଟଣାକୁ ସମଗ୍ର ଜିଲ୍ଲାବାସୀ ମହିଳା ସବ୍ ଇନିସପେକ୍ଟଟର ଶୁଭଶ୍ରୀ ନାୟକ ଙ୍କୁ ଭୂରି ଭୂରି ପ୍ରଂଶସା କରିଛନ୍ତି ।ଏହି ଘଟଣା ଜାଣିବାପରେ ମାଲକାନଗିରି ଥାନା ଆଇଆଇସି ରାମପ୍ରସାଦ ନାଗ ମହିଳା ସବଇନିସ୍ପେକ୍ଟର ଶୁଭଶ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଜିର ଏହି ଘଟଣାକୁ ସେଠାରେ ଥିବା କିଛିବ୍ୟକ୍ତି ମୋବାଇଲ ରେ ଭିଡିଓ କରି ଭାଇରାଲ କରିଦେବା ପରେ ସହରବାସୀ ଏହା ଦେଖି ଶୁଭଶ୍ରୀଙ୍କୁ ସାବାସ ପୁଲିସ ଦିଦି କହି ସାଲୁଟ ମାରିବା ଆରମ୍ଭ କରିଦେଇଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.