Home କେନ୍ଦ୍ରାପଡ଼ା କରୋନା ଜନିତ ଲକଡାଉନରେ ସହର ଶୁନଶାନ

କରୋନା ଜନିତ ଲକଡାଉନରେ ସହର ଶୁନଶାନ

113

କେନ୍ଦ୍ରାପଡା ୨୧/୬(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଜୁନମାସ ତୃତୀୟ ସପ୍ତାହର କରୋନା ଜନିତ ଲକଡାଉନରେ କେନ୍ଦ୍ରାପଡା ସହର ସମେତ ଆଖପାଖ ଅଚଂଳ ଗୁଡିକ ସମ୍ପୂର୍ଣ୍ଣ ଜନଶୁନ୍ୟ ହୋଇପଡିଥିବାର ଦେଖିବାକୁ ମିଳିଛି। ମେଡିକାଲ ସମେତ କେତେକ ଜରୁରୀ ସେବା କାର୍ଯ୍ୟକୁ ଛାଡିଦେଲେ ପ୍ରାୟତଃ ରାସ୍ତା ଉପରେ କୈାଣସି ଲୋକଙ୍କୁ ଦେଖିବାକୁ ମିଳିନାହିଁ। ଟାଉନ ଥାନା ସବଇନିସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳ ପୋଲିସ ଫୋର୍ସଙ୍କ ସହିତ ସହରରେ ପଇଁତରା ମାରିବା ସହିତ ତିନିମୁହାଣି ଛକ ଠାରୁ ଆରମ୍ଭକରି କଜଳା, ମହିପାଳ, ନୂଆବସଷ୍ଟାଣ୍ଡ, ଗଣାମାହାଲ, କାକଟ, ବଡହାଟ, ପୁରୁଣାବସଷ୍ଟାଣ୍ଡ, ମଢିଆଳ, ଫର୍ଜନଛକ, ସାନ୍ତସାହି, କେଶପୁର ବଜାର, ଗୋପ, ସାନମଙ୍ଗଳା, ବଡମଙ୍ଗଳା, ଇଛାପୁର ପ୍ରଭୃତି ଅଚଂଳରେ ବୁଲି ପରିସ୍ଥିତିକୁ ନିରୀକ୍ଷଣ କରୁଥିବା ଦେଖିବାକୁ ମିଳିଛି। ପୋଲିସର ବାରମ୍ବାର ତାଗିଦା ଓ ଜରିମାନା ଆଦାୟ ଯୋଗୁଁ ଅମାନୀଆମାନେ ଆଉ ସଟଡାଉନ ସମୟରେ ରାସ୍ତା ଉପରକୁ ଆସିବାକୁ ଉଚିତ ମଣିନାହାନ୍ତି। ସହରର ସବୁ ସ୍ଥାନରେ ମେଡିସିନ ଦୋକାନ ଗୁଡିକୁ ଛାଡିଦେଲେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବାର ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.