Home ଓଡ଼ିଶା କଂଗ୍ରେସକୁ ଲାଗିପାରେ ଝଟକା

କଂଗ୍ରେସକୁ ଲାଗିପାରେ ଝଟକା

780

ନୂଆଦିଲ୍ଲୀ,୧୮/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ହରିଆନା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟ୍‌କା ଲାଗିପାରେ ବୋଲି ସୂଚନା ମିଳିଛି। ଖୁବଶୀଘ୍ର ଏହି ରାଜ୍ୟର ପ୍ରମୁଖ କଂଗ୍ରେସ ନେତା ଭୁପିନ୍ଦର ସିଂ ହୁଡ୍ଡା ନୂଆ ଦଳ ଘୋଷଣା କରିପାରନ୍ତି। ଏହାକୁ ନେଇ ମଧ୍ୟ ବେଶ୍‌ ଚର୍ଚ୍ଚା ଚାଲିଛି। କଂଗ୍ରେସ ଦଳର ସମସ୍ତ ପ୍ରମୁଖ ନେତାଙ୍କ ନଜର ହୁଡ୍ଡାଙ୍କ ଉପରେ ରହିଛି।

ଯଦି ହୁଡ୍ଡା ନୂଆ ଦଳ ଘୋଷଣା କରନନ୍ତି, ତେବେ କଂଗ୍ରେସରେ ଅନ୍ତଃକନ୍ଦଳ ବୃଦ୍ଧି ପାଇବ। ଯାହା ବିଜେପି ପାଇଁ ବେଶ୍‌ ଫାଇଦା ହେବ। ଯାହା କଂଗ୍ରେସ ପାଇଁ ସବୁଠାରୁ ବଡ ଝଟକା ହେବ। ହୁଡ୍ଡାଙ୍କ ନୂଆ ଦଳକୁ ନେଇ କିଛିଦିନରୁ ବେଶ ଚର୍ଚ୍ଚା ଚାଲିଛି।

ରୋହତକରେ ଆଜି ହେବାକୁ ଥିବା ରାଲି ପୂର୍ବରୁ ହୁଡ୍ଡା ଦିଲ୍ଲୀରେ କଂଗ୍ରେସର ବରିଷ୍ଠ ନେତାଙ୍କୁ ସାକ୍ଷାତ କରି ଚର୍ଚ୍ଚା ମଧ୍ୟ କରିଥିଲେ। କିନ୍ତୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ସହିତ ସାକ୍ଷାତ କରିପାରିନଥିଲେ ହୁଡ୍ଡା। ଏମାନଙ୍କ ସହିତ ହୁଡ୍ଡାଙ୍କ ସାକ୍ଷାତ ନ ହେବା ମଧ୍ୟ ଅନ୍ୟ ଏକ ଚର୍ଚ୍ଚାର ବିଷୟ। ହୁଡ୍ଡା ରୋହତକ ହେବାକୁ ଥିବା ମହାପରିବର୍ତ୍ତନ ରାଲିରେ ନୂଆ ଦଳ ବିଷୟରେ ଘୋଷଣା କରିପାରନ୍ତି ବୋଲି ରାଜ୍ୟ କଂସ୍ରେର କିଛି ନେତା ଆକଳନ କରୁଛନ୍ତି। ଯଦି ହୁଡ୍ଡା ଏହି ନୂଆ ଦଳ ଘୋଷଣା କରନ୍ତି, ତେବେ ନିର୍ବାଚନ ପୂର୍ବରୁ ଏହା ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜ ପୂର୍ଣ୍ଣ ରହିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.