Home କୋରାପୁଟ ଓଡିଶା କର୍ମଜିବୀ ସାମ୍ବାଦିକ ସଂଘର ରାଜ୍ୟସ୍ତରୀୟ କର୍ମଶାଳା; ସାମ୍ବାଦିକମାନଙ୍କ ସମସ୍ୟା ସମାଧାନ ନିମନ୍ତେ ଲଢେଇଜାରି ରହିଛି-ଶ୍ରୀ...

ଓଡିଶା କର୍ମଜିବୀ ସାମ୍ବାଦିକ ସଂଘର ରାଜ୍ୟସ୍ତରୀୟ କର୍ମଶାଳା; ସାମ୍ବାଦିକମାନଙ୍କ ସମସ୍ୟା ସମାଧାନ ନିମନ୍ତେ ଲଢେଇଜାରି ରହିଛି-ଶ୍ରୀ ବାହିନିପତି

85

କୋରାପୁଟ ୨୨-୦୯(ଓଡିଆ ପୁଅ/ରଂଜନ କୁମାର ଦାସ)ସ୍ଥାନୀୟ ଦକ୍ଷତାବୃଦ୍ଧି ତାଲିମକେନ୍ଦ୍ର ସଭାଗୃହଠାରେ ଇଣ୍ଡଆନ ଜର୍ଣ୍ଣାଲିଷ୍ଟ ୟୁନିୟନ ଦ୍ୱାରା ଅନୁବନ୍ଧିତ ଓଡିଶା କର୍ମଜିବୀ ସାମ୍ବାଦିକ ସଂଘର ୨ ଦିନିଆ ରାଜ୍ୟସ୍ତରୀୟ କର୍ମଶାଳା ଉଦଯାପିତ ହୋଇଯାଇଛି।ସାମ୍ବାଦିକମାନଙ୍କର ରହିଥିବା ବିଭିନ୍ନ ସମସ୍ୟା ସମାଧାନ କରିବାକୁ ଲଢେଇ କରୁଛି ଓ ଏହାକୁ ଜାରି ରଖିବେ ବୋଲି ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଉଦଯାପନ ଦିବସରେ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇ ପ୍ରକାଶ କରିଥିଲେ।ସାମ୍ବାଦିକମାନେ ହେଉଛନ୍ତି ଦେଶର ଜାଗ୍ରତପ୍ରହରୀ ସେମାନଙ୍କର ରହିଥିବା ସମସ୍ୟାକୁ ଲୋକସଭାରେ ଉପସ୍ଥାପନାରେ କରି ସମାଧାନ କରିବାକୁ ଚେଷ୍ଟା କରିବେ କରିବେ ବୋଲି କୋରାପୁଟ ସାଂସଦ ସପ୍ତଗିରି ଉଲକା ମୁଖ୍ୟଅତିଥିଭାବେ ଯୋଗଦେଇ ସୂଚନା ଦେଇଥିଲେ।ଇଣ୍ଡିଆନ ଜର୍ଣ୍ଣାଲିଷ୍ଟ ୟୁନିୟନର କାର୍ଯ୍ୟକାରୀ ସଭ୍ୟ ମିହିରି ଗାଙ୍ଗୁଲି ଯୋଗଦେଇ ସାମ୍ବାଦିକମାନଙ୍କ ସୁରକ୍ଷା ଉପରେ ସରକାର ଆଇନ ପ୍ରଣୟନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।ଏହି ଅବସରରେ ସାମ୍ବାଦିକ ଜଳନ୍ଧର ତ୍ରୀପାଠୀ,  ସୁବୋଧ କୁମାର ଚେଟ୍ଟୀ,  ଜିତେନ୍ଦ୍ର ମିଶ୍ର,  ସମାଜସେବୀ ତେଜେଶ୍ୱର ପାତ୍ର ଓ ଡାକ୍ତର ରତିକାନ୍ତ ଖଟୁଆ ପ୍ରମୁଖଙ୍କୁ ଉଲ୍ଲେଖନୀୟ ସେବା ନିମନ୍ତେ ଅତିଥିମାନଙ୍କ ଦ୍ୱାରା ସମ୍ମାନ୍ନିତ କରାଯାଇଥିଲା।କୋରାପୁଟ ଜିଲ୍ଲା ସଭାପତି ଘନଶ୍ୟାମ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳାରେ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ।ଗଣତନ୍ତ୍ରର ତିନୋଟି ସ୍ତମ୍ଭକୁ ଦିଗଦର୍ଶନ ଦେଉଥିବା ଚତୁର୍ଥ ସ୍ତମ୍ଭ ସ୍ୱଛ ରହିଲେ ସମାଜ କଳୁଷିତରୁ ରକ୍ଷା ପାଇବ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ।ଉଦଘାଟନ ଦିବସର ୨ ୟ ଅଧିବେଶନରେ କୋରାପୁଟ ବିଧାୟକ ରଘୁରାମ ପଡାଲ ମୁଖ୍ୟ ଅତିଥି ଓ ସହାୟକ ଜିଲ୍ଲାପାଳ ଆଲୋକ କୁମାର ଅନୁଗୁଲିଆ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇଥିଲେ। ଏହି ଅବସରରେ ଓଡିଶା କର୍ମଜିବୀ ସାମ୍ବାଦିକ ସଂଘର କର୍ମକର୍ତା ମନୋନୀତ କରାଯାଇଥିଲା।ସୁଧାଂଶୁ ଶେଖର ବଡଜେନାଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିଲା। ବିଷ୍ଣୁପଦରାଜା ମହାନ୍ତି(ଉପସଭାପତି)ନିରଞନ ବିଶ୍ୱାଲ (ସାଧାରଣ ସଂପାଦକ), ତପନ ସିହ୍ନା ଓ ପୁରେନ୍ଦ୍ର ବାରିକ(ସଂପାଦକ) ଏବଂ ଅଭୟ କୁମାର ଶର୍ମାଙ୍କୁ କୋଷାଧ୍ୟକ୍ଷଭାବେ ମନୋନୀତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.