Home ଓଡ଼ିଶା ଇସ୍ରୋ ଅଧ୍ୟକ୍ଷ ଡ଼. ଶିବାନଙ୍କୁ ସାକ୍ଷାତ କଲେ ଭିଏସଏସୟୁଟିର ଛାତ୍ର ପ୍ରତିନିଧି

ଇସ୍ରୋ ଅଧ୍ୟକ୍ଷ ଡ଼. ଶିବାନଙ୍କୁ ସାକ୍ଷାତ କଲେ ଭିଏସଏସୟୁଟିର ଛାତ୍ର ପ୍ରତିନିଧି

74

ସମ୍ବଲପୁର, ୨୨/୯ (ଓଡ଼ିଆ ପୁଅ) ଭୁବନେଶ୍ୱର ଗସ୍ତରେ ଆସିଥିବା ଇସ୍ରୋର ଅଧ୍ୟକ୍ଷ ଡ଼. କେ ଶିବାନଙ୍କୁ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ- ଭିଏସଏସୟୁଟିର ଛାତ୍ରମାନେ ସାକ୍ଷାତ କରିଛନ୍ତି। ଭଏସଏସୟୁଟିର ଆଇଡ଼ିଆ ଓ ଇନୋଭେସନ ସେଲର ଏହି ଛାତ୍ରଛାତ୍ରୀମନେ ହେଲେ ଅପୂର୍ବା ମାସୋକ, ଯଶସ୍ୱୀ ସାହୁ, ମାର୍କଂଡ଼େୟ ମହାପାତ୍ର, ବିଭୁ ପଂଡ଼ା ଏବଂ ସୁଦର୍ଶନ ସାମଲ। ଏମାନଏ ଇସ୍ରୋ ଅଧ୍ୟକ୍ଷ ଡ଼. ଶିବାନଙ୍କୁ ଏକ ସ୍ମାରୀକା ପ୍ରଦାନକରି ଅଭିନନ୍ଦନ ଜ୍ଞାପନ କରିଥିଲେ। ପୂର୍ବ ଘୋଷଣା ଅନୁଯାୟୀ ଖୁବ ଶୀଘ୍ର ବିଶ୍ୱବିଦ୍ୟାଳୟରେ ଏକ ଇନୋଭେସନ ବା ଉଦଭାବନ କେନ୍ଦ୍ର ପ୍ରତିଷ୍ଟା ସକାଶେ ଭିଏସଏସୟୁଟି ଏବଂ ଇସ୍ରୋ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ଛାତ୍ର ପ୍ରତିନିଧି ମାନେ ସୂଚନା ଦେଇଛନ୍ତି। ଡ଼. ଶିବାନ ଏହି ଛାତ୍ର ପ୍ରତିନିଧିମାନଙ୍କ ଗବେଷଣା ପ୍ରତି ରହିଥିବା ଉତ୍ସାହକୁ ପ୍ରଶଂସା କରିଥିଲେ। ଏହି ସାକ୍ଷାତ ଆଲୋଚନା ସମୟରେ ଭିଏସଏସୟୁଟିର ପ୍ରଫେସର ହରିଶ ସାହୁ ଉପସ୍ତିତ ଥିଲେ। ପୂର୍ବରୁ ଆଇଆଇଟି, ଭୁବନେଶ୍ୱରଠାରେ ଅନୁଷ୍ଟିତ ପ୍ରଶ୍ନୋତରୀ କାର୍ଯ୍ୟକ୍ରମରେ ଛାତ୍ର ମାନଙ୍କ ପ୍ରଶ୍ନର ଉତର ଦେଇ ଇସ୍ରୋ ତାର ଅନ୍ୟ ସଂସ୍ତାନ ମାନଙ୍କରେ ରକେଟ ବାବଦରେ ଗବେହଣା ପାଇଁ ଯଥା ସମ୍ବବ ଗନ୍ସେଡ଼ନ୍ସ ଓ ସହାୟତା ପ୍ରଦାନ କରିଆସୁଛି ବୋଲି ଡ଼. ଶିବାନ କହିଥିଲେ। ଉପଗ୍ରହ ଓ ରକେଟ ନିର୍ମାଣ କ୍ଷେତ୍ରରେ ସମସ୍ତଙ୍କ ସହଯୋଗ ଆବଶ୍ୟକ। ମହାକାସ ଗବେଷଣାକୁ ଅଧିକ ପରିବ୍ୟାପ୍ତ କରିବା ପାଇଁ ନ୍ୟୁ ସ୍ପେସ ଇଂଡ଼ିଆ ଲିମିଟେଡ଼ ଗଠନ କରାଯାଇଛି। ଉପଗ୍ରହ ପ୍ରୋପେଲେଂଟ ଗବେଷଣା ପାଇଁ ଇସ୍ରୋ ନୂତନ ଓ ଅଭିନବ ଉଦଭାବନ ସକାଶେ ଏକାଡ଼େମିସିଆନଙ୍କ ପାଇଁ କାର୍ଯ୍ୟକ୍ରମ ରଖିଛି। ତେବେ ସେମାନେ ଏଥି ପାଇଁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସମ୍ପର୍କରେ ସୂଚନା ଦେବା ଆବଶ୍ୟକ। ଅନୟ ଦେଶରେ ବିଭିନ୍ନ କିସମର ନେଭିକ ଚିପ୍ସ ଉପଲବ୍ଦତା ବାବଦରେ ଛାତ୍ର ପ୍ରତିନିଧିମାନଙ୍କ ପ୍ରଶ୍ନ ଉପରେ ସେ କହିଲେ ଯେ, ଇସ୍ରୋ ର ମଧ୍ୟ ଏହିଭଳି ପ୍ରୋଗ୍ରାମ ରହିଛି। ତେବେ ଏହାରି ଉପରେ ଗବେଷଣା ଦ୍ୱାରା ନୂଆ ପ୍ରୟୋଗ କରିବାର ଆଭିମୁଖ୍ୟ ରହିବା ଦରକାର। ନେଭିକକୁ ମୋବାଇଲର ଅଂଶ କରିବା ପାଇଁ ଆଲୋଚନା ଚାଲିଛି ବୋଲି ସେ କହିଥିଲେ। ସୂଚନା ଯୋଗ୍ୟ ଯେ, ବିଶ୍ୱବିଦ୍ୟାଳୟର ଏହି ସେଲ ପକ୍ଷରୁ ବିଭିନ୍ନ ଉଚ୍ଚତାକୁ ଯାଇପାରୁଥିବା ରକେଟ ନିର୍ମାଣ ଓ ଉତକ୍ଷେପଣ ର ସଫଳତା ହାସଲ କରାଯାଇଛି। ଏପରିକି ଛାତ୍ରଙ୍କ ଦ୍ୱାରା ନିର୍ମିତ ଏହି ରକେଟ ପୁରସ୍କାର ସହିତ ବୁକ ଅଫ ରେକଡ୍ସରେ ସ୍ତାନ ପାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.