Home ଜିଲ୍ଲା ପରିକ୍ରମା ଓଡ଼ିଶା ରାଜ୍ୟ ସାମ୍ବାଦିକ ସଙ୍ଘର ସ୍ୱଳ୍ପ ସମୟରେ ଜିଲ୍ଲାରୁ ଦୁଇ ସଦସ୍ୟଙ୍କ ଅକାଳ ବିୟୋଗ ନେଇ...

ଓଡ଼ିଶା ରାଜ୍ୟ ସାମ୍ବାଦିକ ସଙ୍ଘର ସ୍ୱଳ୍ପ ସମୟରେ ଜିଲ୍ଲାରୁ ଦୁଇ ସଦସ୍ୟଙ୍କ ଅକାଳ ବିୟୋଗ ନେଇ ଶ୍ରଦ୍ଧାଞ୍ଜଳି ଅର୍ପଣ

24

ବଲାଙ୍ଗୀର, ୧୦-୦୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ଦିବଙ୍ଗତ ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ର ଏବଂ ଯୁବ ସାମ୍ବାଦିକ ପ୍ରକାଶ ଚନ୍ଦ୍ର ମହାରଣାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ ଉଦ୍ଦେଶ୍ୟରେ ସାମ୍ବାଦିକ ଭବନଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସଂଘର ପ୍ରତିଷ୍ଠାତା ସଦସ୍ୟ ସତ୍ୟନାରାୟଣ ବେହେରା, ଓଡିଶା ସାମ୍ବାଦିକ ୟୁନିୟନର ସଭାପତି ପ୍ରସନ୍ନ କୁମାର ମହାନ୍ତି, ସଂଘର ସଭାପତି ହରିନାରାୟଣ ପୁଜାରୀ, ସାଧାରଣ ସମ୍ପାଦକ ବଳରାମ ମିଶ୍ର ଓ ଉପସଭାପତି ଆନନ୍ଦ ଚନ୍ଦ୍ର ସାହୁ ମଂଚାସୀନ ଥିଲେ। ଅମର ଆତ୍ମାଙ୍କ ସଦ୍‌ଗତି ନିମନ୍ତେ ସଭା ପ୍ରାରମ୍ଭରୁ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିବାବେଳେ ଦିବଙ୍ଗତଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ପ୍ରଦାନ କରି ଉପସ୍ଥିତ ସାମ୍ବାଦିକ ଓ ବୁଦ୍ଧିଜୀବୀ ମାନେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଓୟୁଜେର ସଭାପତି ଶ୍ରୀ ମହାନ୍ତି ଶଙ୍କର ପ୍ରସାଦ ମିଶ୍ରଙ୍କ ଆଦର୍ଶ ଏବଂ ବିପ୍ଳବୀ ମାନସିକତା ସବୁଦିନ ପାଇଁ ସାମ୍ବାଦିକ ଜଗତରେ ବଂଚି ରହିବ ବୋଲି କହିବା ସହ ତାଙ୍କ ନାମରେ ରାଜ୍ୟସ୍ତରରେ ଏକ ଲାଇବ୍ରେରୀ ପ୍ରତିଷ୍ଠା ଓ ଏକ ସ୍ମାରକୀ ସମ୍ମାନ ପ୍ରତିବର୍ଷ ପ୍ରଦାନ କରାଯିବାକୁ ଓୟୁଜେ ପଦକ୍ଷେପ ନେଇଥିବା କହିଥିଲେ। ପ୍ରତାପ ଚନ୍ଦ୍ର ରଥ, ବିକ୍ରମାନନ୍ଦ ବହିଦାର, ପ୍ରଭାକର ମିଶ୍ର, ସନାତନ ଠାକୁର, ମନୋରଂଜନ ଯୋଷୀ, ଭାଗିରଥି ମିଶ୍ର, ବିଷ୍ଣୁ ପ୍ରସାଦ କେଡିଆ, ଗୋପାଲଜୀ ପାଣିଗ୍ରାହୀ, ହିମାଂଶୁ ପାଢ଼ୀ, ସୁବାସ ଚନ୍ଦ୍ର ପଣ୍ଡା, ସୁଧୀର ପଣ୍ଡା, ଗୋପବନ୍ଧୁ ଶତପଥି, କୈଳାଶ ଚନ୍ଦ୍ର ସାହୁ, ସୋମନାଥ ମିଶ୍ର, ଜୟଦେବ ପାଣିଗ୍ରାହୀ, ଦୟାନିଧି ସାହୁ, ବାବୁଲି ପଟ୍ଟନାୟକ, ଦୀପକ ସମାଦାର, ଶିବ ପ୍ରସାଦ ପରିଡା, ସଦାଶିବ ସରାଫ, ପୁର୍ଣ୍ଣ ଚନ୍ଦ୍ର ପଣ୍ଡା, ବିରେନ୍ଦ୍ର ଝାଙ୍କର, ବଂଶୀଧର ସେଠ୍‌, ବାସୁଦେବ ରଥ, ସଂଜୟ ବେହେରା, ଅଶୋକ ଚନ୍ଦ୍ର ମହାନ୍ତି, କୃଷ୍ଣ ଚନ୍ଦ୍ର ମିଶ୍ର, ଲକ୍ଷ୍ମୀ ପଟ୍ଟନାୟକ ପ୍ରମୁଖ ସ୍ୱର୍ଗତ ଶଙ୍କର ପ୍ରସାଦ ମିଶ୍ର ଓ ପ୍ରକାଶ ମହାରଣାଙ୍କ ସ୍ମୃତି ଚାରଣ କରିଥିଲେ। ସ୍ୱର୍ଗତ ଶଙ୍କର ପ୍ରସାଦ ମିଶ୍ର ଜଣେ ନିର୍ଭିକ ତଥା ସାଲିସ ବିହୀନ ସାମ୍ବାଦିକ ତଥା ସାମ୍ବାଦିକ ମାନଙ୍କ ହକ୍ ପାଇଁ ଜଣେ ବିପ୍ଳବୀର ଭୂମିକା ନିର୍ବାହ କରୁଥିଲେ ଏବଂ ଯୁବ ସାମ୍ବାଦିକ ପ୍ରକାଶ ମହାରଣା ଜଣେ ଉଦୀୟମାନ ସାମ୍ବାଦିକ ପ୍ରତିଭା ଭାବରେ ସୁନାମ ଅର୍ଜନ କରିଥିଲେ ବୋଲି ସମସ୍ତେ ନିଜ ନିଜ ବକ୍ତବ୍ୟରେ ମତ ପ୍ରକାଶ କରିଥିଲେ। ସଭା ସଂଯୋଜନା କରିଥିଲେ ଉପସଭାପତି ଶ୍ରୀ ସାହୁ ଏବଂ ସାଧାରଣ ସମ୍ପାଦକ ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.