Home ଓଡ଼ିଶା କରୋନା କଟକଣାକୁ ଆଳ କରି ଏଡ୍ସ ଆକ୍ରାନ୍ତଙ୍କୁ ଅଣଦେଖା କରି ସରକାରୀ ଅର୍ଥ ହଡପ ଅଭିଯୋଗ

କରୋନା କଟକଣାକୁ ଆଳ କରି ଏଡ୍ସ ଆକ୍ରାନ୍ତଙ୍କୁ ଅଣଦେଖା କରି ସରକାରୀ ଅର୍ଥ ହଡପ ଅଭିଯୋଗ

19

ବଲାଙ୍ଗୀର/ଟିଟିଲାଗଡ ୧୧-୦୧(ଓଡ଼ିଆ ପୁଅ) କୋଭିଡ କଟକଣା ଯୋଗୁଁ ଏଚ ଆଇ ଭି/ ଏଡ୍ସ ର ଶିକାର ଅକ୍ରାନ୍ତ ଅକଥନୀୟ ଦୁର୍ଦ୍ଦଶାର ଶିକାର ହେବା ସହ ଜଣେ ପରେ ଜଣେ ବିଭିନ୍ନ କାରଣରୁ ଓ ବିଶେଷ କରି ଏ ଆର ଟି ଔଷଧ ସେବନ କରି ନ ପାରି ମୃତ୍ୟୁ ବରଣ କରିବାକୁ ବାଧ୍ୟ ହେଉଛନ୍ତି। ପ୍ରକାଶ ଯେ, ଅନେକ ଆକ୍ରାନ୍ତ ହୋଇ ସୁଦ୍ଧା ଏହି ଏ ଆରଟି ଔଷଧ ସେବନ କରିପାରୁନାହାନ୍ତି। ସେହିପରି ନୂତନ ଅକ୍ରାନ୍ତ ଥିବା ସଂକ୍ରମିତ ଏହି ଔଷଧ ସେବନ କରିବେ କିପରି ଜାଣି ନ ପାରି ନିଜ ଭାଗ୍ୟକୁ ଆଦରି ମରଣକୁ ଅପେକ୍ଷା କରିବା ସହ ଅନ୍ୟ କିଛି ଉପାୟ ପାଇପାରୁ ନାହାନ୍ତି। ସରକାରୀ ଭାବେ ଏହି ଆକ୍ରାନ୍ତଙ୍କୁ ଅନ୍ତୋଦୋୟ ଅନ୍ନ ଯୋଜନା, ଟ୍ରେନ, ବସରେ ପାସ ତଥା ମାସିକ ଭତା ଟଙ୍କା ସରକାର ପ୍ରଦାନ କରିଛନ୍ତି। ଏହି ସବୁ ନିୟମ ଏହି ଜିଲ୍ଲାରେ କାର୍ଯ୍ୟକାରୀ କରିବା ନିମନ୍ତେ କେତେକ ଘରୋଇ ଏନ ଜି ଓ କୁ ଦୀର୍ଘ ବର୍ଷ ଧରି ଦାଇତ୍ଵ ପ୍ରଦାନ କରିଥିଲେ ସୁଦ୍ଧା, ସେ ସବୁ କେବଳ କାଗଜ କଲମରେ କାର୍ଯ୍ୟକାରି କରାଯାଉଛି। ସେହିପରି ଅନେକ ଏହି ଭୁତାଣୁ କଣ ବର୍ତ୍ତମାନ ସୁଦ୍ଧା ଜାଣି ପାରି ନାହାନ୍ତି। ସୂଚନା ଯୋଗ୍ୟ ଇତି ମଧ୍ୟରେ ମାତ୍ର ତିନି ମାସରେ ୧୩ ଜଣ ଅକ୍ରାନ୍ତ ଏଡ୍ସରେ ଶୋଚନୀୟ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ପରିବାରର ଅନ୍ୟ ସଦସ୍ୟ ସଦସ୍ୟା, ଏବଂ ସନ୍ତାନଙ୍କ ଉପଯୁକ୍ତ ସମୟରେ ଚିକିତ୍ସା କରାଇବା ନିତାନ୍ତ ଜରୁରୀ ହୋଇଥିବା ବେଳେ ଉକ୍ତ ଦାୟିତ୍ୱରତ ଅଧିକାରୀ ଓ ଏନ ଜି ଓ କର୍ମଚାରୀ ନିରବ ଦ୍ରଷ୍ଟା ରହି ଦାଇତ୍ୱ ସମ୍ପନ୍ନ କରି ଲକ୍ଷ, ଲକ୍ଷ୍ୟ ଟଙ୍କା ହରିଲୁଟ କରାଯିବା ପରି ଗୁରୁତର ଅଭିଯୋଗ ହୋଇଆସୁଛି। ଏ ନେଇ ବିଭାଗିୟ ଉଚ୍ଚ ଶାସନ ସଚିବ ତୁରନ୍ତ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ପ୍ରକାଶ ପାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.