Home ଓଡ଼ିଶା ଏବେ ସ୍ବଚ୍ଛ ସ୍କୁଲକୁ ମିଳିବ ପୁରସ୍କାର

ଏବେ ସ୍ବଚ୍ଛ ସ୍କୁଲକୁ ମିଳିବ ପୁରସ୍କାର

90

ଭୁବନେଶ୍ଵର,୨୫/୦୯,(ଓଡ଼ିଆ ପୁଅ ପି ନାଏକ): କାହା ସ୍କୁଲ କେତେ ସଫା । କିଏ ପାଇବ ସ୍ୱଚ୍ଛ ସ୍କୁଲ ପୁରସ୍କାର । ତାକୁ ନେଇ ଆରମ୍ଭ ହେଲା ପ୍ରତିଯୋଗୀତା । ଏ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି । ସ୍ୱତନ୍ତ୍ର ଭାବେ ଏଥିପାଇଁ ଓଡ଼ିଶା ସ୍ୱଚ୍ଛ ବିଦ୍ୟାଳୟ ପୁରସ୍କାର ଆପ୍ ଲଞ୍ଚ କରାଯାଇଛି । ଅକ୍ଟୋବର ୧୪ ସୁଧା ଏହି ଆପରେ ଅନ ଲାଇନ୍ ଜରିଆରେ ସମସ୍ତ ସ୍କୁଲ ଆବେଦନ କରିପାରିବେ । ତେବେ ପ୍ରତି ସ୍କୁଲର ରେଟିଂ ଓ୍ୱାନଷ୍ଟାରରୁ ନେଇ ୫ ଷ୍ଟାର ରଖାଯାଇଛି ।

୫ ଷ୍ଟାର ସ୍କୁଲ ଏକ୍ସିଲେଣ୍ଟ ତାଲିକାରେ ଥିବା ବେଳେ ତାଙ୍କୁ ୯୦ରୁ ୧୦୦ ପ୍ରତିଶତ ମାର୍କ ମିଳିଥାଏ । ସେହିପରି ଓ୍ୱାନ ଷ୍ଟାର ସ୍କୁଲ ଗୁଡ଼ିକୁ ୩୫ ପ୍ରତିଶତରୁ କମ୍ ମାର୍କ ମିଳିଥିବାବେଳେ ଏହାର ଭିତ୍ତିଭୂମି ଉପରେ ସରକାର ଅଧିକ ଗୁରୁତ୍ୱ ଦେବେ ବୋଲି କହିଛନ୍ତି । ଏହିପାଇଁ ବ୍ଲକ ସ୍ତରୀୟ ସ୍କୁଲ ଗୁଡ଼ିକ ପାଇଁ ୨୦୦୦ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିବାବେଳେ ୧୨୫୬ଟି ସ୍କୁଲ ଏଥିରେ ସାମିଲ ହେବେ । ସେହିପରି ଜିଲ୍ଲା ସ୍ତରରେ ୨୪୦ଟି ସ୍କୁଲକୁ ୫ ହଜାର ଟଙ୍କା ଓ ରାଜ୍ୟ ସ୍ତରରେ ୪୦ଟି ସ୍କୁଲକୁ ୧୦ ହଜାର ଟଙ୍କାର ପୁରସ୍କାର ରାଶି ମିଳିବ । ଆଉ ସ୍ୱଚ୍ଛତାର ମାନଦଣ୍ଡ ପାଇଁ ଶିକ୍ଷାଅଧିକାରୀଙ୍କ ସହ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ଟିମ୍ ଏହାର ଅନୁଧ୍ୟାନ କରିବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.