Home ଓଡ଼ିଶା ଓଡ଼ିଶାକୁ ତେଜାସ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ଦାବିରେ ରେଳମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ସମାଜବାଦୀ ପାର୍ଟିର ଚିଠି

ଓଡ଼ିଶାକୁ ତେଜାସ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ଦାବିରେ ରେଳମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ସମାଜବାଦୀ ପାର୍ଟିର ଚିଠି

390

ଭୁବନେଶ୍ୱର, ତା ୨୫ା୯ (ଓଡ଼ିଆ ପୁଅ) : ରେଳ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀ-ଲକ୍ଷ୍ନୌ ମଧ୍ୟରେ ତେଜାସ୍ ଟ୍ରେନ୍ ଚଳାଚଳ ଆରମ୍ଭ କରାଯାଇଛି। ଏହି ଟ୍ରେନ୍ରେ ଯାତ୍ରୀମାନେ ଆରାମଦାୟକ ଭାବେ ବସି ଅପେକ୍ଷାକୃତ କମ୍ ପଇସାରେ ଯିବା ଆସିବା କରିପାରିବେ। ଓଡ଼ିଶାବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଭୁବନେଶ୍ୱର-ନୂଆଦିଲ୍ଲୀ ମଧ୍ୟରେ ସମ୍ବଲପୁର ଦେଇ ଏକ ନୂଆ ‘ତେଜାସ୍’ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବାକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ଦାବି କରିଛ। ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏ ସଂକ୍ରାନ୍ତରେ ରେଳମନ୍ତ୍ରୀ ପିୟୁସ୍ ଗୋଏଲ୍ ଙ୍କୁ ଏକ ଚିଠି ଲେଖି ଏ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଭୁବନେଶ୍ୱର-ନୂଆଦିଲ୍ଲୀ ଭାୟା- ସମ୍ବଲପୁର ତେଜାସ୍ ଟ୍ରେନ୍ ଚଳାଚଳ କଲେ ଓଡ଼ିଶାର ଯାତ୍ରୀମାନେ ବେସ୍ ଆରାମ୍ରେ ଅପେକ୍ଷାକୃତ କମ୍ ସମୟ ମଧ୍ୟରେ ନୂଆଦିଲ୍ଲୀରେ ପହଞ୍ଚିବା ସୁବିଧା ହୋଇପାରିବ ବୋଲି ସେ ତାଙ୍କର ଏହି ଚିଠିରେ ଦର୍ଶାଇଛନ୍ତି। ରେଳମନ୍ତ୍ରୀଙ୍କୁ ଲେଖାଯାଇଥିବା ଏହି ପତ୍ରର ଏକ ନକଲ ଶ୍ରୀ ବେହେରା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୋଚରାର୍ଥେ ପ୍ରେରଣ କରିବା ସହିତ ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ତେଜାସ୍ ଟ୍ରେନ୍ ଚଳାଚଳ କରିବା ପାଇଁ ରାଜ୍ୟ ସରକାର ମଧ୍ୟ ଦାବି ଉଠାଇବାକୁ ସେ ଅନୁରୋଧ କରିଛନ୍ତି। ଏହାବ୍ୟତୀତ ଓଡ଼ିଶାର ଲୋକସଭା ଓ ରାଜ୍ୟସଭାର ମାନ୍ୟବର ସାଂସଦମାନେ ରେଳମନ୍ତ୍ରୀଙ୍କୁ ଭେଟି ଓଡ଼ିଶାବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଭୁବନେଶ୍ୱର-ନୂଆଦିଲ୍ଲୀ, ଭାୟା- ସମ୍ବଲପୁର ଦେଇ ଏକ ତେଜାସ୍ ଟ୍ରେନ୍ ଚଳାଚଳ ଦାବିକୁ ଦୃଢ ଭାବରେ ଉପସ୍ଥାପିତ କରିବା ପାଇଁ ଶ୍ରୀ ବେହେରା ସମସ୍ତ ସାଂସଦଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.