Home ଓଡ଼ିଶା ଉଲ୍ଲେଖନୀୟ ସେବା ପାଇଁ ବିଧାୟକ ଇଂ ରୋହିତ ପୂଜାରୀ କୋଲକାତାରେ ପୁରସ୍କୃତ

ଉଲ୍ଲେଖନୀୟ ସେବା ପାଇଁ ବିଧାୟକ ଇଂ ରୋହିତ ପୂଜାରୀ କୋଲକାତାରେ ପୁରସ୍କୃତ

192

ସମ୍ବଲପୁର, ୨୮/୭ (ଓଡ଼ିଆ ପୁଅ) ବିଧାନସଭାରେ ରେଢ଼ାଖୋଲ ବିଧାୟକ ଇଂ ରୋହିତ ପୂଜାରୀଙ୍କୁ ଟାଇମ୍ସ ପାୱାର ମ୍ୟାନ ଅଫ ଦି ଇୟର ୨୦୧୯ ପୁରସ୍କାରରେ ପୁରଷ୍କୃତ କରାଯାଇଛି। କୋଲକାତାର ରୟାଲ ବେଙ୍ଗଲ ହୋଟେଲ ଠାରେ ଗତକାଲି ଆୟୋଜିତ ଏକ ସମାରୋହରେ ଚଳଚ୍ଚିତ୍ର ତାରକା ସୁନୀଲ ସେଟ୍ଟୀଙ୍କ ଠାରୁ ବିଧାୟକ ଇଂ. ପୂଜାରୀ ଏହି ପୁରସ୍କାର ଗ୍ରହଣ କରିଥିଲେ। ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଏବଂ ସାଂଗଠାନିକ ନେତୃତ୍ୱ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ, ଇଂ. ପୂଜାରୀ ରାଉରକେଲାରେ ସ୍କୁଲ ଓ କଲେଜ ଶିକ୍ଷା ସମାପ୍ତ କରିବା ପରେ ମେସ୍ରା ସ୍ଥିତ ବିଆଇଟିରୁ ଇଞ୍ଜିନିୟରିଂ ଓ ମ୍ୟାନେଜମେଣ୍ଟ ଡିଗ୍ରୀ ହାସଲ କରିଥିଲେ। ପରେ ସାଧାରଣ ଜୀବନରେ ପ୍ରବେଶ କରି ଯୁବକଂଗ୍ରେସରୁ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ଏହାର ପ୍ରଦେଶ ଉପସଭାପତି ଓ ସଭାପତି ଦାୟିତ୍ୱ ଗ୍ରହଣ ସହିତ ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ଏହାର ଜିଲ୍ଲା ସଭାପତି ଏବଂ ରାଜ୍ୟ ଉଠାଜଳସେଚନ ନିଗମର ଅଧ୍ୟକ୍ଷ ପଦରେ ରହିବା ପରେ ୨୦୧୪ରେ ପ୍ରଥମ କରି ବିଜେଡ଼ି ଟିକଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହି ସମୟରେ ତାଙ୍କୁ ସରକାରୀ ଦଳର ଉପମୁଖ୍ୟ ସଚେତକ ଦାୟିତ୍ୱ ମିଳିଥିଲା। ଗତ ନିର୍ବାଚନରେ ସେ ପୁଣି ଥରେ ବିଧାନସଭାକୁ ରେଢ଼ାଖୋଲରୁ ନିର୍ବାଚିତ ହୋଇଥିଲେ। ସେ ଏବେ ରାଜ୍ୟ ବ୍ୟାଡ଼ମିଣ୍ଟନ ସଂଘର ସଭାପତି ଅଛନ୍ତି। ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ପରିବେଶ ସୁରକ୍ଷା ଦୃଷ୍ଟିରୁ ସ୍ୱରଶକ୍ତି ଚାଳିତ ବିଦ୍ୟୁତ ଓ ରୋଷେଇ ଉପକରଣକୁ ପ୍ରୋତ୍ସାହନ ଦେବାରେ ଇଂ. ପୂଜାରୀ କାର୍ଯ୍ୟ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.