Home ଓଡ଼ିଶା ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

109

ଟିଟିଲାଗଡ଼ ୨୭-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଉପଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ ଙ୍କ ଅଧ୍ୟକ୍ଷତାରେ ତାଙ୍କ ସଭା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ୭୩ ତମ ଏହି ସ୍ୱାଧୀନତା ଦିବସ ପାଳନ ଅବସରରେ ଉପଜିଲ୍ଲାପାଳ ଶ୍ରୀ ନାୟକ ସ୍ୱାଧୀନତା ସଂଗ୍ରାମୀ ଦେଶ ପାଇଁ ନିଜକୁ ଉସର୍ଗ କରିଦେବା ସହ ଦେଇଥିବା ବଳିଦାନ ନେଇ ନିଜ ମତ ପ୍ରକାଶ କରିଥିଲେ। ସେହି ଅମର ବିର ଜବାନ ଚିର ସ୍ମରଣୀୟ ଓ ଅମର ହୋଇ ରହିବା ଓ ତାଙ୍କ ବଳିଦାନ ଆମ ଦେଶ ଓ ଜାତି ପାଇଁ ଗୌରବ ର ବିଷୟ ହୋଇଥିବା ବେଳେ ତାଙ୍କୁ ଅନୁସରଣ କରିବା ଉଚିତ ବୋଲି ମତ ଦେଇଥିଲେ। ସମସ୍ତ ସ୍କୁଲ, କଲେଜ ର କର୍ମକର୍ତ୍ତା ଙ୍କ ସହ ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ଏହି ସଭା ରେ ଯୋଗ ଦେଇ ନିଜ, ନିଜ ମତ ପ୍ରକାଶ କରିଥିଲେ। ଜେଲ, ଡାକ୍ତର ଖାନା, ରେ ଫଳ ବଣ୍ଟନ ସହ ପତାକା ଉତ୍ତୋଳନ କରାଯିବା ପରେ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ପତାକା ଉତ୍ତୋଳନ ସହ କୃତି ଛତ୍ର, ଛାତ୍ରୀ ଙ୍କୁ ସମ୍ମାନିତ କରାଯିବା ନେଇ ସମୟ ଧାର୍ଯ୍ୟ କରାଯାଇଛି। ଏହି ଦିନ ସମସ୍ତ ସରକାରୀ ଓ ବେସରକାରୀ ମଦ ଦୋକାନ ମାନ ବନ୍ଦ କରିବା ସ୍ଥିର କରାଯାଇଛି। ପୋଲିସ ବିଭାଗ, ଅଗ୍ନିଶମ ବିଭାଗ, ଆଦି ସମସ୍ତ ସରକାରୀ ବିଭାଗ କୁ ନିଜ, ନିଜ ଦାଇତ୍ୱ ତୁଲାଇବା ନେଇ ଧାର୍ଯ୍ୟ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.