Home ଓଡ଼ିଶା ଉତ୍କଳିକା ପକ୍ଷରୁ ଦିଆଯାଇଛି ଅସମ୍ପୂର୍ଣ୍ଣ ପ୍ରସ୍ତାବ : କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ

ଉତ୍କଳିକା ପକ୍ଷରୁ ଦିଆଯାଇଛି ଅସମ୍ପୂର୍ଣ୍ଣ ପ୍ରସ୍ତାବ : କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ

269

ଶୁଖୁଆପଦା ଓ ଲଳିତଗିରିରେ ହସ୍ତଶିଳ୍ପ ଗ୍ରାମ ପ୍ରତିଷ୍ଠା ପ୍ରସଙ୍ଗ
ନୂଆ ଦିଲ୍ଲୀ ୨୬-୭ (ଓଡ଼ିଆ ପୁଅ) ଓଡ଼ିଶାର ଶୁଖୁଆପଦା ଓ ଲଳିତଗିରି ଠାରେ ଏକ ହସ୍ତଶିଳ୍ପ ଗ୍ରାମ ପ୍ରତିଷ୍ଠା ଲାଗି ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ (ଉତ୍କଳିକା) ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଅସମ୍ପୂର୍ଣ୍ଣ ବୋଲି ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଜୁବିନ ଇରାନୀ। ଏ ସଂକ୍ରାନ୍ତରେ ପଚରାଯାଇଥିବା ଏକ ଲିଖିତ ପ୍ରଶ୍ନର ଉତରରେ ଶ୍ରୀମତୀ ଇରାନୀ କହିଥିଲେ ଯେ ଉତ୍କଳିକା ପକ୍ଷରୁ ଶୁଖୁଆପଦା ଠାରେ ୯.୯୮ କୋଟି ଟଙ୍କା ଏବଂ ଲଳିତଗିରିରେ ୪.୫୧ କୋଟି ଟଙ୍କା ବ୍ୟୟରେ ହସ୍ତଶିଳ୍ପ ଗ୍ରାମ ପ୍ରତିଷ୍ଠା ଲାଗି ଦିଆଯାଇଥିବା ପ୍ରସ୍ତାବ ଯୋଜନାର ନୀତିନିୟମ ଅନୁଯାୟୀ ଅସମ୍ପୂର୍ଣ୍ଣ ହୋଇଥିବାରୁ ଆଉଥରେ ପୂର୍ଣ୍ଣ ପ୍ରସ୍ତାବ ପଠାଇବା ଲାଗି ଉତ୍କଳିକାକୁ ଅନୁରୋଧ କରାଯାଇଛି।

ତେବେ ଲଳିତଗିରିଠାରେ ଏକ ଜନ ସୁବିଧା କେନ୍ଦ୍ର ପ୍ରତିଷ୍ଠା ସଂକ୍ରାନ୍ତରେ କୌଣସି ପ୍ରସ୍ତାବ ମନ୍ତ୍ରଣାଳୟର ହସ୍ତଗତ ହୋଇନଥିବା ସେ ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.