Home ଓଡ଼ିଶା ଇଷ୍ଟକୋଷ୍ଟ ରେଲୱରେ ଚାକିରୀ କରାଇ ଦେବା ପାଇଁ ଲକ୍ଷ ଲକ୍ଷ ଟଙ୍କା ନେଇ ଠକୁ ଥିବା...

ଇଷ୍ଟକୋଷ୍ଟ ରେଲୱରେ ଚାକିରୀ କରାଇ ଦେବା ପାଇଁ ଲକ୍ଷ ଲକ୍ଷ ଟଙ୍କା ନେଇ ଠକୁ ଥିବା ରେଲୱେ କର୍ମକାରୀ ଗିରଫ

50

ଯାଜପୁର, ୧୭।୮(ଓଡ଼ିଆ ପୁଅ/ବିରଞ୍ଚି ନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା ବୈତରଣୀ ରୋଡ ରେଲୱ ଷ୍ଟେସନରେ ଚାକିରୀ କରୁଥିବା ଟି.ପି. (ଟୋକନ ପୋର୍ଟର) ନିରଞ୍ଜନ ପରିଡ଼ାକୁ ଗତ ବିଳମ୍ବିତ ରାତିରେ କୋରାଇ ପୁଲିସ ଧାମନଗର ଜେଏମଏଫସିଙ୍କ ୱାରେଣ୍ଟ ନଂମ୍ବର-ଆଇସିସି-୩୧/୧୭କୁ ଆଧାରରେ ତାଙ୍କ ରେଲୱ ବାସଭବନରୁ ଗିରଫ କରାଯାଇଥିବା କୋରାଇ ଆଇଆଇସି ଶ୍ରବଣ କୁମାର ମହାରଣା ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଟି.ପି. (Token Porter) ନିରଞ୍ଜନ ପରିଡା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବେରୋଜଗାର ଯୁବକ ଯୁବତୀମାନଙ୍କୁ ରେଲୱର ବିଭିନ୍ନ ପଦପଦବୀରେ ନିଯୁକ୍ତି କରାଇ ଦେବା କହି ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଶ୍ରୀ ପରିଡ଼ା ବୈତରଣୀ ରୋଡ୍ ବଜାରରେ ଦୀର୍ଘ ବର୍ଷ ହେଲା ଠକି ଥିବା ଲୋକମାନଙ୍କ ସହ ଦୈନଦିନ ଝଗଡା କରିବା ଦେଖିବାକୁ ମିଳିଥିଲା। ଚାକିରି କରାଇଦେବା ଆଳରେ ଲୋକମାନଙ୍କୁ ଠକି ଥିବା ପରିଡା କିଛି ସ୍ଥାନୀୟ ଲୋକଙ୍କୁ ହାତ କରି ତାର ସାମ୍ରାଜ୍ୟ ଚଳାଇ ଆସୁଥିବା ଦେଖିବାକୁ ମିଳିଥିଲା।

ତେବେ ଭଦ୍ରକ ଜିଲ୍ଲା ଧାମନଗର ଜେଏମଏଫସିଙ୍କ କୋର୍ଟରେ ଏହି ମାମଲାରେ ୱାରେଣ୍ଟ ଜାରୀ ହେବା ପରେ ବୈତରଣୀ ରୋଡ ଇଷ୍ଟ କୋଷ୍ଠ ରେଲୱ ଷ୍ଟେସନରେ କାର୍ଯ୍ୟରତ ଟି.ପି. ନିରଞ୍ଜନ ପରିଡାକୁ କୋରାଇ ପୁଲିସ ଗିରଫ କରି ଆଜି ଯାଜପୁର ରୋଡ କୋର୍ଟ ଚାଲାଣ କରିଥିବା ଆଇଆଇସି ଶ୍ରବଣ କୁମାର ମହାରଣା ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.