Home ଓଡ଼ିଶା ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ରେଞ୍ଜରଙ୍କୁ ବାଧ୍ୟତାମୂଳକ ଭାବେ ଅବସର ପ୍ରଦାନ

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ରେଞ୍ଜରଙ୍କୁ ବାଧ୍ୟତାମୂଳକ ଭାବେ ଅବସର ପ୍ରଦାନ

46

ବଲାଙ୍ଗୀର, ୩୧-୦୧ : (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକରେ କାର୍ଯ୍ୟରତ ରେଞ୍ଜର ପ୍ରଶାନ୍ତ ନାୟକଙ୍କୁ ଗତ ଡିସେମ୍ବର ୪ ତାରିଖରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ କରିଥିଲା ଭିଜିଲାନ୍ସ। ଏହି ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିଲା। ବିଭିନ୍ନ ଯୋଜନାରେ ରେଞ୍ଜର ଶ୍ରୀ ନାୟକଙ୍କ ଦ୍ୱାରା କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିରୁ ଅଧିକାଂଶ ପ୍ରକଳ୍ପରେ ମହାଦୁର୍ନୀତି ହୋଇଥିବା ତଦନ୍ତରୁ ଜଣାପଡ଼ିଥିଲା। ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ରାଜ୍ୟ ସରକାର ଜୋର ଦେଇ ଶୁକ୍ରବାର ୯ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ବନ ବିଭାଗର ରେଞ୍ଜର ଶ୍ରୀ ନାୟକଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.