Home ଓଡ଼ିଶା ଆସନ୍ତା ୨୮ରେ ଆସିବେ ରାଷ୍ଟ୍ରପତି

ଆସନ୍ତା ୨୮ରେ ଆସିବେ ରାଷ୍ଟ୍ରପତି

265

ଭୁବନେଶ୍ଵର,୨୪/୦୯,(ଓଡ଼ିଆ ପୁଅ ପି ନାଏକ): ଆସନ୍ତା ୨୮ତାରିଖରେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସିବେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏ ନେଇ ସୂଚନା ମିଳିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଆଜି ସନ୍ଧ୍ୟାରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ, ଏସ୍‌ପି ଉମାଶଙ୍କର ଦାଶ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ କୋଣାର୍କ ଆସି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି ।

ଜିଲ୍ଲାପାଳ ଓ ଏସ୍‌ପି ପ୍ରଥମେ ଆଇଓଏଫ୍‌ ବ୍ୟାଖ୍ୟାନ କେନ୍ଦ୍ର ଓ ପରେ ସୂର୍ଯ୍ୟମନ୍ଦିର ବୁଲିଥିଲେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ସୂର୍ଯ୍ୟମନ୍ଦିରର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ । ଗାଇଡ୍‌ ଆଭାସ ମହାନ୍ତିଙ୍କଠାରୁ ମନ୍ଦିର ସମ୍ପର୍କରେ ଟିକିନିଖି ପଚାରି ବୁଝିଥିଲେ । ନାଟ୍ୟମନ୍ଦିର, ଜଗମୋହନ, ହାତୀଦ୍ୱାର ଆଦି ବୁଲିଥିଲେ । ଜିଲ୍ଲାପାଳ ଓ ଏସ୍‌ପି ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ମନ୍ଦିର ପରିସରରେ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.