Home ଓଡ଼ିଶା ଆସନ୍ତା ଗୁରୁଦିବସରୁ ସାମୁହିକ ଛୁଟିରେ ଯିବେ ହାଇସ୍କୁଲ ଚୁକ୍ତିଭିତିକ ଶିକ୍ଷକ

ଆସନ୍ତା ଗୁରୁଦିବସରୁ ସାମୁହିକ ଛୁଟିରେ ଯିବେ ହାଇସ୍କୁଲ ଚୁକ୍ତିଭିତିକ ଶିକ୍ଷକ

88

କୋରାପୁଟ ; ତା୨୨-୦୮-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)ଆସନ୍ତା ୫ ତାରିଖ ଗୁରୁ ଦିବସରୁ ହାଇସ୍କୁଲ ଚୁକ୍ତିଭିତିକ ଶିକ୍ଷକମାନେ ସାମୁହିକ ଛୁଟିରେ ଯିବେ ବୋଲି କୋରାପୁଟ ସାଂସ୍କୃତିକ ପରିଷଦରେ ଆୟୋଜିତ ମହାମଣ୍ଡଳୀୟ ବୈଠକରେ ନିଷ୍ପତି ନିଆଯାଇଥିବା ଜଣାପଡିଛି।ବାର୍ଷିକ ୧୦ ପ୍ରତିଶତ ଦରମା ବୃଦ୍ଧି, ୪୦ ପ୍ରତିଶତ ବକେୟା ଦରମା ପ୍ରଦାନ, ବଦଳି ସୁବିଧା ପ୍ରଦାନ, ଚୁକ୍ତିଭିତିକ ବ୍ୟବସ୍ଥା ଉଛେଦ, ପିଇଟି ଶିକ୍ଷକମାନଙ୍କୁ ଟିଜିଟି ହାରରେ ଦରମା ପ୍ରଦାନ, ଶିକ୍ଷକ ଯୋଗ୍ୟତା ତ୍ପି୩ାର ଉଛେଦ କରିବାକୁ ଶିକ୍ଷକମାନେ ଦାବି କରିଥିଲେ।ସଂଘର ଜିଲ୍ଲା ସବାପତି ମନୋଜ ସୁନାନୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ରାଜ୍ୟ ସଭାପତି ଶୁଭ୍ରଜିତ ପ୍ରତିହାରୀ, କାର୍ଯ୍ୟକାରୀ ସଭାପତ କୃଷ୍ଣଚନ୍ଦ୍ର ଜେନା, କାର୍ଯ୍ୟକାରୀ ସଂପାଦକ ନିରଜ ରଥ, କୋଷାଧ୍ୟକ୍ଷ ଘମେଲ କିରସାନି, ସୈାମ୍ୟରଂଜନ ପ୍ରଧାନ, ରତିକାନ୍ତ ମହାନ୍ତି, କେଶବ ବେହେରା, ପ୍ରକାଶ ପରିଡା, ସୁଶାନ୍ତ ମହାପାତ୍ର, ଆଲୋକ ରଂଜନ ଦାସ, ରଶ୍ମି ରଂଜନ ଜେନା, ଗଦାଧର ଜେନା, ଦେବରାଜ ସେଠୀ ପ୍ରମୁଖଙ୍କ ସହ ଅବିଭକ୍ତ କୋରାପୁଟ ଜିଲ୍ଲାର ଶତାଧିକ ଶିକ୍ଷକ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.