Home ଅପରାଧ ଆତଙ୍କ ରଚାଇଥିବା ଦୁର୍ବୃତ୍ତ ଙ୍କୁ ଗିରଫ କଲା ପୁଲିସ

ଆତଙ୍କ ରଚାଇଥିବା ଦୁର୍ବୃତ୍ତ ଙ୍କୁ ଗିରଫ କଲା ପୁଲିସ

130

ବାଲେଶ୍ଵର,୧୩/୦୯,(ଓଡ଼ିଆ ପୁଅ ପି ନାଏକ):ଗତ କିଛି ଦିନଧରି କମର୍ଦ୍ଦାର ବିଭିନ୍ନ ସ୍ଥାନରେ ଆତଙ୍କ ଖେଳାଇ ଥିବା ଲୁଟେରା ଶେଷରେ ପୋଲିସ ହାବୁଡ଼ରେ ଧରାପଡିଛି । କିଛି ଦିନଧରି ଉକ୍ତ ଲୁଟେରା ମାନେ ମୋବାଇଲ ଚୋରି କରି ଲୁଟପାତ ମଚାଇ ରଖିଥିଲେ । ମାତ୍ର ଆଜି ସେମାନେ ଆଉ ପୋଲିସ ହାତରୁ ଖସି ପାରିନାହାନ୍ତି ।

ସୂଚନାଯୋଗ୍ୟ ଯେ,ଗଲା କିଛି ଦିନ ଧରି କମର୍ଦ୍ଦାର ବିଭିନ୍ନ ସ୍ଥାନରୁ ମୋବାଇଲ୍ ଚୋରି ହୋଇଥିବା ନେଇ କମର୍ଦ୍ଦା ଥାନାରେ ଅଭିଯୋଗ ହୋଇଥିଲା । ଏଥି ପାଇଁ ମୋବାଇଲ ଚୋରି ରାକେଟକୁ ଧରିବା ପାଇଁ ପୋଲିସ ତତ୍ପର ହୋଇ ଉଠିଥିଲା ।

ଫଳରେ ଆଜି ୩ଜଣ ଯୁବକ କମର୍ଦ୍ଦା ହାଟରେ ମୋବାଇଲ ଚୋରି କରୁଥିବା ସମୟରେ ଲୋକଙ୍କ ହାତରେ ଧରା ପଡିଥିଲେ । ସ୍ଥାନୀୟ ଲୋକ ମୋବାଇଲ୍ ଚୋରକୁ ଧରି ତୁରନ୍ତ ପୁୁୁୁଲିସକୁ ଖବର ଦେବାରୁ କମର୍ଦ୍ଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ ଜଣ ଲୁଟେରାଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.