Home ଓଡ଼ିଶା ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ : ଏହି ଚାରିଦିନ ବ୍ୟାଙ୍କ ବନ୍ଦ ରହିବ ଆଗୁଆ ସାରନ୍ତୁ କାମ

ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ : ଏହି ଚାରିଦିନ ବ୍ୟାଙ୍କ ବନ୍ଦ ରହିବ ଆଗୁଆ ସାରନ୍ତୁ କାମ

745

ନୂଆ ଦିଲ୍ଲୀ ୧୨-୯ (ଓଡ଼ିଆ ପୁଅ) : କେନ୍ଦ୍ର ସରକାରଙ୍କର ୧୦ ସାର୍ବଜନିକ ବ୍ୟାଙ୍କଗୁଡ଼ିକର ମିଶ୍ରଣର ନିଷ୍ପତି ବିରୋଧରେ ଚାରୋଟି ବ୍ୟାଙ୍କ ଅଧିକାରୀମାନଙ୍କର ୟୁନିୟନ ୨୬ ଏବଂ ୨୭ ସେପ୍ଟେମ୍ବରରେ ଦୁଇ ଦିବସୀୟ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟର ଆହ୍ଵାନ ଦେଇଛନ୍ତି।

ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ୟୁନିଯନ (AIBOC), ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏଶନ (AIBOA), ଇଣ୍ଡିଆନ୍ ନ୍ୟାସନାଲ ବ୍ୟାଙ୍କ ଅଫିସର୍ସ କଂଗ୍ରେସ (INBOC) ଏବଂ ନ୍ୟାସନାଲ ଅର୍ଗନାଇଜେସନ ଅଫ ବ୍ୟାଙ୍କ ଅଫିସର୍ସ (NOBO) ସଂଯୁକ୍ତ ରୂପରେ ୨୬ ଏବଂ ୨୭ ସେପ୍ଟେମ୍ବର ଦୁଇଦିନ ଦେଶବ୍ୟାପୀ ଧର୍ମଘଟଙ୍କ ଆହ୍ଵାନ କରିଛନ୍ତି। ସମ୍ବାଦଦାତାଙ୍କୁ ଏହି ବିଷୟରେ ଜଣାଇଛନ୍ତି ସୌମ୍ୟ ଦତ୍ତା।

ଆସୋସିଏସନ୍ ତରଫରୁ କୁହାଯାଇଛିକି ୪୮ ଘଣ୍ଟାର ଧର୍ମଘଟରେ ଅନେକ ଅନ୍ୟ ସଂଘ ଏବଂ ସଂଗଠନ ସାମିଲ ହେବେ ଯାହାଫଳରେ ବ୍ୟାଙ୍କିଙ୍ଗ ଉଦ୍ୟୋଗ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିବ ବୋଲି କୁହାଯାଇଛି।

କେବଳ ଏତିକି ନୁହେଁ, ଆପଣଙ୍କୁ ଜଣାଇ ଦେବାକୁ ଚାହଁୁଛୁଯେ, ବ୍ୟାଙ୍କ ଧର୍ମଘଟ ପରେ ୨୮ ତାରିଖ ଚତୁର୍ଥ ଶନିବାର ଏବଂ ୨୯ ତାରିଖ ରବିବାର ପଡ଼ୁଛି। ତେବେ ମୋଟାମୋଟି ଭାବେ କହିବାକୁ ଗଲେ କ୍ରମାଗତ ଭାବେ ୪ ଦିନ ବ୍ୟାଙ୍କ ବନ୍ଦ ରହିବ ତେବେ ସେହି ଅନୁସାରେ ଆଗୁଆ ଆପଣମାନେ କାମ ସାରି ଦିଅନ୍ତୁ।

ସୂଚନାଯୋଗ୍ୟଯେ, ଅର୍ଥ ମନ୍ତ୍ରୀ ନିର୍ମଲା ସୀତାରମଣ ୩୦ ଅଗଷ୍ଟରେ ୧୦ଟି ବ୍ୟାଙ୍କଗୁଡ଼ିକର ମିଶ୍ରଣ ହେବାପାଇଁ ଘୋଷଣା କରିଥିଲେ। ପାଞ୍ଚ ବର୍ଷର ଆର୍ଥିକ ମାନ୍ଦାବସ୍ଥାକୁ ଠିକ ଦିଗକୁ ଆଣିବା ଆବଶ୍ୟକ ଏବଂ ବିକାସକୁ ଆଗକୁ ବଢ଼ାଇବା ଆବଶ୍ୟକ ସେଥିପାଇଁ ବ୍ୟାଙ୍କଗୁଡ଼ିକର ମିଶ୍ରଣ ଅତ୍ୟନ୍ତ ଜରୁରୀ ବୋଲି କୁହାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.