Home ଓଡ଼ିଶା ଆଜି ମୋଦି ଓ ଶି ଜିନପିଙ୍ଗଙ୍କ ସାକ୍ଷାତ

ଆଜି ମୋଦି ଓ ଶି ଜିନପିଙ୍ଗଙ୍କ ସାକ୍ଷାତ

267

ନୂଆଦିଲ୍ଲୀ,୧୧/୧୦,(ଓଡ଼ିଆ ପୁଅ ପି ନାଏକ): ଭାରତ ଗସ୍ତରେ ବାହାରିଛନ୍ତି ଚିନ୍‌ ରାଷ୍ଟ୍ରପତି ଶି ଜିନପିଙ୍ଗ । ସେ ଅପରାହ୍ନରେ ଚେନ୍ନାଇର ଏୟାରପୋର୍ଟରେ ପହଞ୍ଚି  ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଜିନ୍‌ପିଙ୍ଗ ମମଲାପୁରମ୍‌ (ମହାବଲିପୁରମ୍‌)ରେ ବହୁ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ତେବେ ଚିନ୍‌ ରାଷ୍ଟ୍ରପତି ସନ୍ଧ୍ୟା ୫ ଟାରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କ୍ଇ ମୋଦି ତାଙ୍କୁ ତିନିଟି ଐତିହାସିକ ସ୍ଥଳକୁ ପରିଭ୍ରମଣରେ ନେବେ । ଏହା ପରେ ମୋଦି ଓ ଜିନ୍‌ପିଙ୍ଗ୍‌ ଶୋର୍‌ ଟେମ୍ପୁଲ୍‌ ଯିବେ ଏବଂ ସେଠାରେ ସାଂସ୍କୃତି କାର୍ଯ୍ୟକ୍ରମ ଦେଖିବେ । ଏହି ଶୋର୍‌ ଟେମ୍ପଲ ପରିସରରେ ରାଷ୍ଟ୍ରପତିଙ୍କ ଡିନରର ଆୟୋଜନ କରାଯିବ । ଶନିବାର ଦିନ ସକାଳରେ ଦୁଇ ନେତା ଫିସରମେନ୍ସ କୋବ ରିଜାର୍ଟରେ ଏକା ଆଲୋଚନା କରିବେ । ଏହାପରେ ଭାରତ ଓ ଚିନ୍‌ ମଧ୍ୟରେ ପ୍ରତିନିଧିମଣ୍ଡଳ ସ୍ତର ଆଲୋଚନା କରିବେ । ଶନିବାର ଦିନ ଅପରାହ୍ନରେ ଚିନ୍‌ ରାଷ୍ଟ୍ରପତି ନେପାଳ ଗସ୍ତରେ ଯିବେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.