Home ଓଡ଼ିଶା ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ

ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ

288

ଭୁବନେଶ୍ଵର,୧୪/୧୦,(ଓଡ଼ିଆ ପୁଅ ପି ନାଏକ): କାଲିଠୁ ସରିଛି କୁମାର ପୂର୍ଣ୍ଣିମା । ଆଜିଠୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ମାସ । ଏଥିପାଇଁ ସାରା ରାଜ୍ୟ ଚଳଚଞ୍ଚଳ ହୋଇପଡିଛି । ଧର୍ମ ମାସ ପାଳନ କରିବା ପାଇଁ  କାହିଁ କେଉଁ ଆଡୁ ଆସି ଆଜି ପୁରୀରେ ହବିଷ୍ୟାଳୀମାନେ ପହଞ୍ଚିଛନ୍ତି । ଏଥିପାଇଁ ପ୍ରଶାସନ ପକ୍ଷରୁ ହବିଷ୍ୟାଳିମାନେ ଶ୍ରୀମନ୍ଦିରକୁ ପ୍ରତିଦିନ ଯିବା ପାଇଁ ବସର ବ୍ୟବସ୍ଥା, ଆଶ୍ରୟ ସ୍ଥଳୀରେ ମହାପ୍ରସାଦ ସେବନ, ସନ୍ଧ୍ୟା ବେଳେ କାର୍ତ୍ତିକ ବ୍ରତ ସମ୍ପର୍କିତ ପାଲା, ସାଂସ୍କୃତିକ କାର୍ଯ୍ୟକ୍ରମ ସବୁଦିନ ଅନୁଷ୍ଠିତ ହେବ । ଏହାସହ ସେମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଡାକ୍ତରୀ ଟିମ୍, ସହାୟତା ପାଇଁ ସରକାରୀ କର୍ମଚାରୀ ମୁତୟନ ରହିବେ । ତେବେ ହବିଷ୍ୟାଳି ଶିବିର ଗୁଡ଼ିକରେ ଶୌଚାଳୟ, ପାନୀୟଜଳ, ଅଗ୍ନି ନିର୍ବାପକ, ପୋଲିସ ସୁରକ୍ଷା ବ୍ୟବସ୍ଥା ରହିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.