Home ଓଡ଼ିଶା ଗାନ୍ଧୀଜୀ କିପରି ଆତ୍ମହତ୍ୟା କରିଥିଲେ ? ଗୁଜରାତରେ ନବମ ଶ୍ରେଣୀ ପରୀକ୍ଷାରେ ପଚରାଗଲା ପ୍ରଶ୍ନ!

ଗାନ୍ଧୀଜୀ କିପରି ଆତ୍ମହତ୍ୟା କରିଥିଲେ ? ଗୁଜରାତରେ ନବମ ଶ୍ରେଣୀ ପରୀକ୍ଷାରେ ପଚରାଗଲା ପ୍ରଶ୍ନ!

542

ନୂଆ ଦିଲ୍ଲୀ ୧୩-୧୦- (ଓଡ଼ିଆ ପୁଅ) ମହାତ୍ମା ଗାନ୍ଧୀଙ୍କ ବିଷୟରେ ଏକ ଅଦ୍ଭୁତ ପ୍ରଶ୍ନ ବିବାଦ ଆରମ୍ଭ କରିଦେଇଛି। ପ୍ରଶ୍ନଟି ଥିଲା – ‘ଗାନ୍ଧୀଜୀ ଆତ୍ମହତ୍ୟା କରିବା ପାଇଁ କ’ଣ କରିଥିଲେ?’ ଏହି ପ୍ରଶ୍ନ ଗୁଜରାତରେ ଗୁଜରାତୀ ବିଷୟ ପରୀକ୍ଷା ଦେଉଥିବା ନବମ ଶ୍ରେଣୀର ବିଦ୍ୟାର୍ଥିମାନଙ୍କୁ ପଚରାଯାଇଥିଲା। ଏହି ପ୍ରଶ୍ନଟି ଚାରି ମାର୍କର ପ୍ରଶ୍ନ ଥିଲା।

ରିପୋର୍ଟ ଅନୁସାରେ, ଗତ ଶନିବାରଦିନ ଗାନ୍ଧୀନଗର ସ୍ଥିତ ବିକାଶ ସଙ୍କୁଳ ସ୍କୁଲରେ ଗୁଜରାତୀ ବିଷୟ ପରୀକ୍ଷାରେ ପଚରାଯାଇଥିଲା ଏହି ପ୍ରଶ୍ନ। ଏବେ ଏହି ପ୍ରଶ୍ନ ଉପରେ ବିବାଦ ଆରମ୍ଭ ହୋଇଯାଇଛି। ଏହି ମାମଲାରେ ଗୁଜରାତର ଶିକ୍ଷା ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଚୂଡାସ୍ମା କହିଛନ୍ତିଯେ, ‘ଏହା ଗୁଜରାତ ରାଜ୍ୟ ଶିକ୍ଷା ବୋର୍ଡର ପ୍ରଶ୍ନପତ୍ର ନୁହେଁ। ଏହି ପରୀକ୍ଷା ପ୍ରଶ୍ନପତ୍ର ବେସରକାରୀ ଶିକ୍ଷକମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥାଏ। ଅବଶ୍ୟ ଏହିପରି ଭାବରେ ପ୍ରଶ୍ନ ପଚାରିବା ଉଚିତ ନୁହେଁ।’

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.